ଓଡିଶା

odisha

ଦୁର୍ବୃତ୍ତଙ୍କ ଭୁଜାଲି ମାଡ଼ରେ ମହିଳା ଗୁରୁତର, କାରଣ ଅସ୍ପଷ୍ଟ

By ETV Bharat Odisha Team

Published : Oct 4, 2023, 3:36 PM IST

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ଦୁର୍ବୃତ୍ତଙ୍କ ଭୁଜାଲି ମାଡ଼ରେ ମହିଳା ଗୁରୁତର । ଆକ୍ରମଣର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

ଦୁର୍ବୃତ୍ତଙ୍କ ଭୁଜାଲି ମାଡ଼ରେ ମହିଳା ଗୁରୁତର
ଦୁର୍ବୃତ୍ତଙ୍କ ଭୁଜାଲି ମାଡ଼ରେ ମହିଳା ଗୁରୁତର


ରାଇରଙ୍ଗପୁର:ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ଦୁର୍ବୃତ୍ତଙ୍କ ଭୁଜାଲି ମାଡ଼ରେ ମହିଳା ଗୁରୁତର । ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଠାକୁରମୁହାପାଟଣା ଗ୍ରାମରେ ଅଭାବନୀୟ ଘଟଣା । ଦୁର୍ବୃତ୍ତଙ୍କ ଭୁଜାଲି ମାଡରେ ଜଣେ ମହିଳା ଗୁରୁତର ଭାବରେ ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି । ମହିଳା ଜଣକ ଗୁରୁତର ଅବସ୍ଥାରେ କରଞ୍ଜିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଗୁରୁତର ଆହତ ହୋଇଥିବା ମହିଳା ଜଣକ ହେଲେ ଜ୍ଞାନେନ୍ଦ୍ର ପିଙ୍ଗୁଆଙ୍କ ସ୍ତ୍ରୀ ମାନି ପିଙ୍ଗୁଆ (୨୮) । ତେବେ କେଉଁ କାରଣରୁ ତାଙ୍କ ଉପରେ ଆକ୍ରମଣ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଏହାମଧ୍ୟ ପଢନ୍ତୁ.. ଗୁଣି ଗାରେଡ଼ି ସନ୍ଦେହ, ବଡ଼ ଭାଇର ଜୀବନ ନେଲା ସାନ ଭାଇ !

ଏହାମଧ୍ୟ ପଢନ୍ତୁ..ଜମିଜମା ବିବାଦରୁ ଗଡିଲା ମୁଣ୍ଡ, ଦୁଇଟି ପରିବାରର 6 ମୃତ

ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଠାକୁରମୁହାପାଟଣା ଗ୍ରାମ ସ୍ଥିତ ନିଜ ଘରେ ଜ୍ଞାନେନ୍ଦ୍ର ପିଙ୍ଗୁଆ ଓ ତାଙ୍କ ସ୍ତ୍ରୀ ମାନି ପିଙ୍ଗୁଆ ଥିବା ବେଳେ କେହି ଦୁର୍ବୃତ୍ତ ଘରେ ପଶି ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଧାରୁଆ ଅସ୍ତ୍ରରେ ମାନିଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲା ଆକ୍ରମଣକାରୀ । ତେବେ ମାନି ପିଙ୍ଗୁଆଙ୍କୁ ଉଦ୍ଧାର କରି ତାଙ୍କ ସ୍ବାମୀ କରଞ୍ଜିଆ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତୁରନ୍ତ ତାଙ୍କୁ କେନ୍ଦୁଝର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ ।

ଏହାମଧ୍ୟ ପଢନ୍ତୁ..ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ମାମଲା: ପ୍ରତିକ୍ରିୟା ରଖିଲେ ତଦନ୍ତକାରୀ ଅଫିସର, କହିଲେ ଖୁବଶୀଘ୍ର ଜଣାପଡ଼ିବ ସତ

ଉଭୟ ସ୍ବାମୀ ଓ ସ୍ତ୍ରୀ କେନ୍ଦୁଝର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଥିବା ବେଳେ ଏ ସମ୍ପର୍କରେ କରଞ୍ଜିଆ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ପାରିନାହିଁ । ତେବେ କିଏ ଏବଂ କାହିଁକି ଏପରି ନୃଶଂସ ଭାବରେ ଆକ୍ରମଣ କରିଛି ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ମାନି ପିଙ୍ଗୁଆ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details