ମୟୁରଭଞ୍ଜ: ବୈଶିଙ୍ଗା ଥାନା ଅଞ୍ଚଳର ଖୁଣ୍ଟାପୁରରେ ଥିବା ଚିନ୍ତାମଣି ତିଳୋତ୍ତମା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ସ୍ବାମୀ ଜଣେ ଛାତ୍ରୀଙ୍କ ସହ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଚିନ୍ତାମଣି ତିଳୋତ୍ତମା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ରାଣୀ ପତିଙ୍କ ସ୍ବାମୀ ଚିନ୍ମୟ ମିଶ୍ର ଉକ୍ତ ବିଦ୍ୟାଳୟରେ ପଢୁଥିବା ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ନିଜ ରୁମକୁ ଡାକି ନେଇଥିଲେ ।
ପରେ ପ୍ରଧାନଶିକ୍ଷୟତ୍ରୀଙ୍କ ପତି ଚିନ୍ମୟ ମିଶ୍ର ପୀଡ଼ିତାଙ୍କୁ ସିନ୍ଦୂର, ବେଲପତ୍ର, ଅରୁଆ ଚାଉଳ ଦେଇ କହିଥିଲେ ଯେ, ଏହି ସିନ୍ଦୂର ଦେହରେ ଲଗାଇଲେ ଭଲ ପାଠ ହେବ। ଏହାପରେ ଚିନ୍ମୟ ମିଶ୍ର ନାବାଳିକା ଛାତ୍ରୀ ଜଣଙ୍କ ଦେହରେ ସିନ୍ଦୂର ଲଗାଇବା ସହ ଅସଦାଚରଣ କରିଥିବା ନେଇ ପୀଡିତା ଜଣଙ୍କ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ଏ କଥା କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଛନ୍ତି ।