ଓଡିଶା

odisha

ETV Bharat / state

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ଗିରଫ କଲା ପୋଲିସ - ବଳପୂର୍ବକ ଦୁଷ୍କର୍ମ

ମୟୂରଭଞ୍ଜ ରରୁଆଁ ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳପୂର୍ବକ ଦୁଷ୍କର୍ମ କରି ପାଞ୍ଚ ମାସର ଗର୍ଭବତୀ କରିଥିବାର ଅଭିଯୋଗ।

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ଗିରଫ କଲା ପୋଲିସ

By

Published : Nov 4, 2019, 9:57 PM IST

ରାଇରଙ୍ଗପୁର: ପୁଣି ମୟୂରଭଞ୍ଜ ଜିଲ୍ଲାରେ ଲଜ୍ୟା। ଜଣେ ନାବାଳିକାଙ୍କୁ ବଳପୂର୍ବକ ଦୁଷ୍କର୍ମ କରି ପାଞ୍ଚ ମାସର ଗର୍ଭବତୀ କରିଥିବାର ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।

ଏପରି ଲଜ୍ୟାଜନକ ଘଟଣା ରରୁଆଁ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଏଠାକାର ଜାମାଦାପାଳ ଗ୍ରାମରେ ଉକ୍ତ ଗ୍ରାମର ପରମେଶ୍ବର ହନହଗା ନାମକ ଜଣେ ଯୁବକ ଘରେ କେହି ନଥିବାର ସୁଯୋଗ ନେଇ, ପଡିଶା ଘରର ନାବାଳିକାକୁ ବଳପୂର୍ବକ ଦୁଷ୍କର୍ମ କରି ପାଞ୍ଚ ମାସର ଗର୍ଭବତୀ କରିଥିବା ଅଭିଯୋଗ ଆଣିଛନ୍ତି ପରିବାରବର୍ଗ।

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ଗିରଫ କଲା ପୋଲିସ

ଏହି ଘଟଣା ପ୍ରଘଟ ହେବା ପରେ ଗ୍ରାମରେ ଏକ ଗ୍ରାମସଭା ମଧ୍ୟ ହୋଇଥିଲା। ହେଲେ ସେଠାରେ ଅଭିଯୁକ୍ତ ପରମେଶ୍ବର ହନହଗା ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲା। ଏହା ପରେ ପରିବାର ଲୋକେ ରବିବାର ଥାନାରେ ଆଶ୍ରୟ ନେଇଥିଲେ । ପୋଲିସ ଘଟଣାକୁ ଗୁରୁତର ଭାବେ ନେଇ ଅଭିଯୁକ୍ତ ଏବଂ ନାବାଳିକାକୁ ଥାନାକୁ ଡାକି ସୋମବାର ଅପରାହ୍ନରେ କରଞ୍ଜିଆ ମେଡିକାଲକୁ ଡାକ୍ତରୀ ମାଇନା କରିବା ପାଇଁ ପଠାଇଥିଲା । ସେଠାରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା। ସେପଟେ ଅଭିଯୁକ୍ତକୁ ଗିରଫ କରିବା ସହ ମଙ୍ଗଳବାର କୋର୍ଟ ଚାଲାଣ କରାଯିବା ନେଇ ରରୁଆଁ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details