ଓଡିଶା

odisha

ETV Bharat / state

ନାବାଳିକା ଅପହରଣ ନେଇ ଥାନାରେ ଏତଲା, ତଦନ୍ତ ଆରମ୍ଭ - kidnapped case in rairanghpur

2 ନାବାଳିକାଙ୍କୁ ଅପହରଣ କରି ନେଇଥିବା ନେଇ ଥାନାରେ ମାମଲା। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି । ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ: ପ୍ରତିନିଧି ରାଇରଙ୍ଗପୁର

By

Published : Sep 29, 2019, 4:39 AM IST

ରାଇରଙ୍ଗପୁର : ଦୁଇ ଜଣ ନାବାଳିକାଙ୍କୁ ଅପହରଣ କରି ନେଇଥିବା ନେଇ ଥାନାରେ ମାମଲା। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନରେ ଥିବା ହାଟବାଦଡା ଫାଣ୍ଡିରେ ଏପରି ଅଭିଯୋଗ ହୋଇଥିବା ଜଣାପଡିଛି।

ନାବାଳିକା ଅପହରଣ ନେଇ ଥାନାରେ ଏତଲା, ତଦନ୍ତ ଆରମ୍ଭ

ସୂଚନା ଅନୁଯାୟୀ, ସେପ୍ଟେମ୍ବର ମାସ ୨୫ ତାରିଖ ବୁଧବାର ଦିନ ହାଟବାଦଡା ଅଞ୍ଚଳର ଦୁଇ ସମ୍ପର୍କୀୟା ଭଉଣୀ ଘରୁ ସ୍କୁଲକୁ ଯାଇଥିବା ବେଳେ ସ୍କୁଲ ଛୁଟି ପରେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ଉଭୟଙ୍କୁ ଖୋଜାଖୋଜି କରି ମଧ୍ୟ ପାଇନଥିଲେ।

ଏନେଇ ସେପ୍ଟେମ୍ବର ମାସ ୨୬ ତାରିଖ ଗୁରୁବାର ଦିନ ୩ଟା ପାଖାପାଖି ନାବାଳିକାଙ୍କ ଜେଜେ ବାପା ନାତୁଣୀ ମାନଙ୍କୁ କେହି ଅପହରଣ କରି ନେଇଥିବା ସନ୍ଦେହ କରି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ହାଟବାଦଡା ଫାଣ୍ଡିରେ ଏତଲା ଦେଇଥିଲେ।

ଏନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଥିଲେ। ତେବେ ଉକ୍ତ ନାବାଳିକା ଦ୍ବୟଙ୍କୁ ହାଟବାଦଡା ଅଞ୍ଚଳର ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ଅପହରଣ କରି ବାହାର ରାଜ୍ୟକୁ ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଥିଲା।

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରୀ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି। ଏ ନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଦଫା ୩୬୩, ୫୦୬ ଓ ୩୪ ଆଇପିସି ମୂଳେ କେସ୍ ନଂ ୭୬/୧୯ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା , ଇଟିଭି ଭାରତ

ABOUT THE AUTHOR

...view details