ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧୀନ ତିଳପୋଷି ଗ୍ରାମରେ ଦୁଃଖଦ ଘଟଣା। ପୋଖରୀରେ ବୁଡ଼ିଯାଇ ଜଣେ ନାବାଳିକାର ମୃତ୍ୟୁ ଘଟିଛି। ମୃତ ନାବାଳିକା ଜଣକ ନିଜ ମାମୁଁ ଘରକୁ ବୁଲିବାକୁ ଆସିଥିଲେ । ତେବେ ଗାଧୋଇବା ପାଇଁ ଗାଁ ପୋଖରୀକୁ ଯାଇଥିବା ବେଳେ ଅସାବଧାନତା ବଶତଃ ଗୋଡ଼ ଖସିଯିବାରୁ ପାଣିରେ ବୁଡି ଯାଇଥିଲେ।
ପୋଖରୀରେ ବୁଡ଼ିଯାଇ ଜଣେ ନାବାଳିକାର ମୃତ୍ୟୁ - rairangpur
ଗାଧୋଇବା ହେଲା କାଳ । ପୋଖରୀରେ ବୁଡ଼ିଯାଇ ନାବାଳିକାର ମୃତ୍ୟୁ । ଅଧିକ ପଢନ୍ତୁ...

ପ୍ରତିକାତ୍ମକ ଫଟୋ
ପୋଖରୀରେ ବୁଡ଼ିଯାଇ ଜଣେ ନାବାଳିକାର ମୃତ୍ୟୁ
ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ନାବାଳିକା ଜଣକ ରାଇରଙ୍ଗପୁର ଟାଉନ ଥାନା ଇଚିଣ୍ଡା ଗ୍ରାମର ବଜରଙ୍ଗ ବେହେରାଙ୍କ ଦଶ ବର୍ଷିୟା ଝିଅ ବେବି ବେହେରା ବୋଲି ଜଣାପଡିଛି। ଏନେଇ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିବା ଜଣାପଡିଛି।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ
TAGGED:
rairangpur