ରାଇରଙ୍ଗପୁର: ଘୁଡାଘାଗୁରି ଗ୍ରାମରେ ନିଖୋଜ ନାବାଳକଙ୍କ ମୃତଦେହ ଉଦ୍ଧାରର ଗୁମର ଫୁଟିଛି । କରଞ୍ଜିଆ ପୋଲିସ ତଦନ୍ତ ପରେ ଜଣେ ୧୩ ବର୍ଷର ନାବାଳକ ଅପ୍ରାକୃତିକ ଯୌନ ସମ୍ପର୍କ ପରେ ତାକୁ ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି । ତେବେ ଉକ୍ତ ନାବାଳକ ଯୁବକକୁ ଗତକାଲି ପୋଲିସ ଥାନାକୁ ଆଣି ପଚରାଉଚରା ପରେ ସେ ହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲା । ରବିବାର ଅଭିଯୁକ୍ତ ନାବାଳକକୁ ବାରିପଦା ଜୁଭେନାଲ କୋର୍ଟରେ ହାଜର ପରେ ଅନୁଗୁଳ ଠାରେ ଥିବା ସୁଧାର ଗୃହକୁ ନିଆଯାଇଥିବା ସୂଚନା ମିଳିଛି । ଏ ନେଇ କରଞ୍ଜିଆ ଥାନାରେ ୯୫/୨୦ରେ ୩୭୭, ୩୬୬ ଓ ୩୦୨ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ।
ସୂଚନାଯୋଗ୍ୟ, ଗତ ତିନିଦିନ ପୂର୍ବରୁ ଝାଡଡୁମୁରିଆ ଗ୍ରାମର ଚାରି ଭାଇ, ଭଉଣୀଙ୍କ ସମେତ ଗ୍ରାମର କିଛି ଯୁବକ ଗେଣ୍ଡା ସଂଗ୍ରହ କରିବା ପାଇଁ ନିକଟ ନାଳ ପାଖକୁ ଯାଇଥିଲେ । ହେଲେ ପ୍ରବଳ ବର୍ଷା ଏବଂ ଘଡଘଡି ଯୋଗୁଁ ଅନ୍ୟ ଭାଇଭଉଣୀମାନେ ନିକଟରେ ଥିବା ଏକ ଘରକୁ ଚାଲିଯାଇଥିଲେ । ହେଲେ ସେଠାରେ 7 ବର୍ଷର ନାବାଳକ ନିର ସିଧୁ ଏକୁଟିଆ ରହିଯାଇଥିଲେ । ଏହାର ସୁଯୋଗ ଜଣେ ୧୩ ବର୍ଷର ନାବାଳକ ସିଧୁ ସହିତ ବାରମ୍ବାର ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ପରେ ଗ୍ରାମରେ ପ୍ରକାଶ କରିଦେବା ଭୟରେ ଏକ ପଥର ସାହାଯ୍ୟରେ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ । ଏହାପରେ ମୃତଦେହକୁ ଏକ ବୁଦାମୂଳେ ଲୁଚାଇ ଦେଇଥିଲେ ।