ଓଡିଶା

odisha

ETV Bharat / state

କୋଭିଡ଼-୧୯ ଜରୁରୀକାଳିନ କଣ୍ଟ୍ରୋଲ ରୁମ ପରିଦର୍ଶନ କଲେ ରାଜସ୍ବମନ୍ତ୍ରୀ ସୁଦାମ ମାରାଣ୍ଡି

ମୟୂରଭଞ୍ଜ ଜିଲ୍ଲାର ଜରୁରୀକାଳୀନ କୋଭିଡ଼-୧୯ କଣ୍ଟ୍ରୋଲ ରୁମକୁ ପରିଦର୍ଶନ କରିବା ସହ ଜିଲ୍ଲାର ବିଭିନ୍ନ ସମାସ୍ୟା ବିଷୟରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କଲେ ମନ୍ତ୍ରୀ ସୁଦାମ ମାରାଣ୍ଡି । ଅଧିକ ପଢ଼ନ୍ତୁ...

Sudham Marandi visits
କଣ୍ଟ୍ରୋଲ ରୁମ ପରିଦର୍ଶନ କଲେ ରାଜସ୍ବ ମନ୍ତ୍ରୀ

By

Published : Apr 9, 2020, 9:22 PM IST

ମୟୁରଭଞ୍ଜ: କୋରୋନା ବିରୁଦ୍ଧ ଲଢେଇ ପାଇଁ ଦେଶ ୨୧ ଦିନ ପାଇଁ ଲଗଡାଉନ ଥିବାବେଳେ ରାଜ୍ୟ ସରକାର ଏହାକୁ ବୃଦ୍ଧି କରି ଆସନ୍ତା ଏପ୍ରିଲ ୩୦ ପର୍ଯ୍ୟନ୍ତ ଲଗଡାଉନ ଘୋଷଣା କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ବ ଏବଂ ବିପର୍ଯ୍ୟସ୍ତ ମନ୍ତ୍ରୀ ସୁଦାମ ମାରାଣ୍ଡି ଭିଡ଼ିଓ କନଫରେନ୍ସରେ ଆଲୋଚନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି(ଗୁରୁବାର) ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଥିଲା । ଆଉ ଏହି ବୈଠକରେ ନିଜନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରହିଥିବା ଭିଡ଼ିଓ କନଫରେନ୍ସ ମାଧ୍ଯମ ଯୋଗେ ଯୋଡି ହୋଇଥିଲେ ରାଜ୍ୟମନ୍ତ୍ରୀ ମଣ୍ଡଳର ଗୁରୁତ୍ବପୂର୍ଣ୍ଣ ବିଭାଗରେ ଥିବା ସମସ୍ତ ମନ୍ତ୍ରୀ ।

ଗୁରୁବାର ଏହି ବୈଠକରେ ଯୋଗ ଦେବା ପରେ ରାଜ୍ୟ ମନ୍ତ୍ରୀମଣ୍ଡଳର ରାଜସ୍ବ ଏବଂ ବିପର୍ଯ୍ୟୟ ବିଭାଗର ମନ୍ତ୍ରୀ ସୁଦାମ ମାରାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ବୈଠକ ସମାପ୍ତ ହେବା ପରେ ମନ୍ତ୍ରୀ ଜିଲ୍ଲାର ଜରୁରୀକାଳୀନ କୋଭିଡ଼-୧୯ କଣ୍ଟ୍ରୋଲ ରୁମକୁ ପରିଦର୍ଶନ କରିବା ସହ ଜିଲ୍ଲାର ବିଭିନ୍ନ ସମାସ୍ୟା ବିଷୟରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ଲକଡାଉନ ସମୟରେ କରୋନା ମୁକାବିଲା ପାଇଁ ଜିଲ୍ଲାରେ ବନ୍ଦୋବସ୍ତ କରାଯାଇଥିବା ସମସ୍ତ ବିଷୟରେ ପଚାରି ବୁଝିଥିଲେ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details