ଓଡିଶା

odisha

ETV Bharat / state

ନିଜସ୍ବ ଉଦ୍ୟମରେ ଫେରୁଥିବା ପ୍ରବାସୀଙ୍କୁ ମିଳୁନାହିଁ କ୍ବାରେଣ୍ଟାଇନ ସୁବିଧା - ମୟୂରଭଞ୍ଜ ଜିଲ୍ଲା ନିଜସ୍ବ ଉଦ୍ୟମରେ ଫେରୁଥିବା ପ୍ରବାସୀଙ୍କୁ କ୍ବାରେଣ୍ଟାଇନ ସୁବିଧା ମିଳିନାହିଁ

ସରକାରଙ୍କ ଅଜବ ନୀତି, ପଞ୍ଜିକରଣ କରି ଫେରୁଥିବା ପ୍ରବାସୀଙ୍କୁ ଗୁରୁତ୍ବ ଦିଆଯାଉଥିବା ବେଳେ ନିଜ ଉଦ୍ୟମରେ ଆସୁଥିବା ପ୍ରବାସୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ । ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଭିତରମଦା ଗ୍ରାମପଞ୍ଚାୟତ ଋତୁଘୁଟୁ ଗ୍ରାମରେ ନିଜସ୍ବ ଉଦ୍ୟମରେ ଫେରୁଥିବା ପ୍ରବାସୀଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ କ୍ବାରେଣ୍ଟାଇନ ସୁବିଧା ମିଳିନାହିଁ । ଅଧିକ ପଢ଼ନ୍ତୁ...

migrants-returning-on-their-own-do-not-have-quarantine-facilities
ନିଜସ୍ବ ଉଦ୍ୟମରେ ଫେରୁଥିବା ପ୍ରବାସୀଙ୍କୁ ମିଳୁନାହିଁ କ୍ବାରେଣ୍ଟାଇନ ସୁବିଧା

By

Published : May 7, 2020, 6:19 PM IST

ରାଇରଙ୍ଗପୁର: ସରକାରଙ୍କ ଅଜବ ନୀତି, ପଞ୍ଜିକରଣ କରି ଫେରୁଥିବା ପ୍ରବାସୀଙ୍କୁ ଗୁରୁତ୍ବ ଦିଆଯାଉଥିବା ବେଳେ ନିଜ ଉଦ୍ୟମରେ ଆସୁଥିବା ପ୍ରବାସୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ । କୋରୋନା ମହାମାରୀ ମୁକାବିଲା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ସେଗୁଡିକର କାର୍ଯ୍ୟକାରିତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ନିଜସ୍ବ ଉଦ୍ୟମରେ ଫେରୁଥିବା ପ୍ରବାସୀଙ୍କୁ ମିଳୁନାହିଁ କ୍ବାରେଣ୍ଟାଇନ ସୁବିଧା

ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି କିଛି ଅଭାବନୀୟ ଘଟଣା । ବହଳଦା ବ୍ଲକ ଭିତରମଦା ଗ୍ରାମପଞ୍ଚାୟତ ଋତୁଘୁଟୁ ଗ୍ରାମରେ ଯାଜପୁର ଜିଲ୍ଲା କଳିଙ୍ଗନଗର ଏବଂ ପଡୋଶୀ ଝାଡଖଣ୍ଡ ରାଜ୍ୟ ଜାମସେଦପୁର ଟାଟାନଗର ଅଞ୍ଚଳରୁ ଚାଲିଚାଲି ଆସି ପହଞ୍ଚିଛନ୍ତି ୧୦ ଜଣ ଶ୍ରମିକ । ସେମାନଙ୍କ ମଧ୍ୟରେ ରହିଛନ୍ତି ମହିଳା ଓ ନାବାଳକ। ତେବେ ଗ୍ରାମକୁ ଫେରିଥିବା ଶ୍ରମିକ ମାନଙ୍କ ଅଭିଯୋଗ ଅନୁସାରେ ଗ୍ରାମର ଅଙ୍ଗନୱାଡି କର୍ମୀ ଓ ଆଶାକର୍ମୀ ଫୋନ ଯୋଗେ ତାଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ଖାତାରେ ଟିପିରଖି ତାଙ୍କ କର୍ତ୍ତବ୍ୟ ଶେଷ କରିଥିଲେ । ଭଲମନ୍ଦ ପଚାରି ବୁଝିବା ଦୂରର କଥା ଦେଖା ମଧ୍ୟ ଦେଇ ନଥିଲେ, ସେହିପରି ଅନୁରୋଧ କରାଯିବା ସତ୍ତ୍ବେ ସ୍ଥାନୀୟ ସରପଞ୍ଚ ମଧ୍ୟ କୌଣସି ସହଯୋଗ ପ୍ରଦାନ କରିନାହାନ୍ତି ।

କ୍ବାରେଣ୍ଟାଇନରେ ଗାଁ ସ୍କୁଲରେ ସେମାନଙ୍କୁ ରଖା ଯାଇଥିଲା ବେଳେ ଜଣେ ମନୁଷ୍ୟକୁ ଚଳିବାକୁ ଆବଶ୍ୟକ ହେଉଥିବା ସର୍ବନିମ୍ନ ସୁବିଧାଟିଏ ମଧ୍ୟ ଯୋଗାଇ ଦିଆଯାଇ ନାହିଁ । ମହିଳାଙ୍କ ରହିବା ପାଇଁ ଗୋଟିଏ କୋଠରୀ ଦିଆଯାଇଥିବା ବେଳେ ପୁରୁଷ ମାନେ ପଶୁ ସଦୃଶ୍ୟ ବାରଣ୍ଡାରେ ରହୁଛନ୍ତି । ଶୋଇବାକୁ କିମ୍ବା ବସିବାକୁ ମସିଣା ଟିଏ ମଧ୍ୟ ଦିଆଯାଇ ନାହିଁ । ପରିବାର ସଦସ୍ୟ ଖାଦ୍ୟ ଯୋଗାଇ ଦେଉଛନ୍ତି । ବାରଣ୍ଡାରେ କାଳବୈଶାଖିର ଝଡତୋଫାନ ବର୍ଷାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୌଚାଳୟର ସୁବିଧା ନାହିଁ, ଏମିତି ଚାଲିଛି କୋରୋନା ମହାମାରୀ ସଂକ୍ରମଣର ମୁକାବିଲା ।

ଶହଶହ କିଲୋମିଟର ରାସ୍ତା ପାଦରେ ଚାଲି ନିଜ ଭିଟାମାଟି ଗାଁକୁ ପହଞ୍ଚିବା ପରେ ସହାନୁଭୂତି ପାଇବା ବଦଳରେ ପାଉଛନ୍ତି ପ୍ରତାରଣା । ଏହା ଏହି ଗୋଟିଏ ଗ୍ରାମ କିମ୍ବା ପଞ୍ଚାୟତର ଘଟଣା ନୁହେଁ ଯେଉଁଠି ବି ଫେରୁଛନ୍ତି ଦାଦନ ସେଠାରୁ ଅଭିଯୋଗ ଆସୁଛି । ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଘରକୁ ବାହୁଡୁ ଥିବା ବ୍ୟକ୍ତିଙ୍କୁ ମାନବିକତା ଦୃଷ୍ଟିରୁ ଯଥା ସମ୍ଭବ ସହଯୋଗ ପ୍ରଦାନ କରାଯାଉ ନଚେତ ନିଜ ଘରକୁ ଛାଡି ଦିଆଯାଉ ବୋଲି ସାଧାରଣରେ ଦାବି ହେଉଛି । ତେବେ ପ୍ରଶ୍ନ ହେଉଛି ସରକାରଙ୍କ ଏପରି ଟାଳଟୁଳ ନୀତି ଯୋଗୁଁ ଯଦି ବର୍ତ୍ତମାନ ସୁଦ୍ଧା ନିୟନ୍ତ୍ରଣରେ ରହିଥିବା କୋରୋନା ମହାମାରୀ ଯଦି ଅନିୟନ୍ତ୍ରିତ ମହାମାରୀର ରୂପରେ ପରିବର୍ତ୍ତିତ ହୁଏ ତା'ପାଇଁ ଦାୟୀ କିଏ ରହିବ ?

ରାଇରଙ୍ଗପୁରରୁ ସଞ୍ଜୟ ପରିଡା,ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details