ଓଡିଶା

odisha

ETV Bharat / state

ହୋମ କ୍ୱାରେଣ୍ଟାଇନରେ ପ୍ରବାସୀ ଓଡ଼ିଆଙ୍କ ସନ୍ଦେହ ଜଣକ ମୃତ୍ୟୁ - ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ

ଗୁଜୁରାଟ ଫେରନ୍ତା ଓଡ଼ିଆ ପ୍ରବାସୀଙ୍କ ହୋମ କ୍ୱାରେଣ୍ଟାଇନରେ ମୃତ୍ୟୁ ଅଭିଯୋଗ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ତାରାଶୋଳ ଗାଁରେ ଏପରି ଅଘଟଣ ଘଟିଛି । ଅଧିକ ପଢନ୍ତୁ...

ହୋମ କ୍ୱାରେଣ୍ଟାଇନରେ ପ୍ରବାସୀ ଓଡ଼ିଆଙ୍କ ସନ୍ଦେହ ଜଣକ ମୃତ୍ୟୁ
ହୋମ କ୍ୱାରେଣ୍ଟାଇନରେ ପ୍ରବାସୀ ଓଡ଼ିଆଙ୍କ ସନ୍ଦେହ ଜଣକ ମୃତ୍ୟୁ

By

Published : May 28, 2020, 11:43 AM IST

ବାରିପଦା: ବେତନଟୀ ଥାନା ତାରାଶୋଳ ଗାଁରେ ଅଘଟଣ । ହୋମ କ୍ବାରେଣ୍ଟାଇନରେ ଥିବା ବେଳେ ଗୁଜୁରାଟ ଫେରନ୍ତାଙ୍କ ସନ୍ଦେହ ଜନକ ମୃତ୍ୟୁ । ମୃତ ପରେସ ଚନ୍ଦ୍ର ମହାନ୍ତ ଗୁଜୁରାଟରୁ ମେ ୧୭ରେ ଫେରି ୭ଦିନ ବେତନଟୀ ଅଞ୍ଚଳରେ ଥିବା କ୍ବାରେଣ୍ଟାଇନ ସେଣ୍ଟରରେ ଥିଲେ । ୩ ଦିନ ତଳେ ସଙ୍ଗରୋଧ କେନ୍ଦ୍ରରୁ ଫେରି ହୋମ କ୍ବାରେଣ୍ଟାଇନରେ ରହିବା ପରେ ଗୁରୁବାର ତାଙ୍କର ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇଥିବା ଜଣାପଡିଛି।

ହୋମ କ୍ୱାରେଣ୍ଟାଇନରେ ପ୍ରବାସୀ ଓଡ଼ିଆଙ୍କ ସନ୍ଦେହ ଜଣକ ମୃତ୍ୟୁ

ଏ ନେଇ ମୃତକଙ୍କ ସ୍ତ୍ରୀ ବେତନଟୀ ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ଶରୀର ଦାଣ୍ଡ ଦୁଆରେ ପଡିରହିଥିବା ବେଳେ ଏହାକୁ କେହି ଛୁଇଁ ନଥିବା ଜଣାପଡିଛି । ବେତନଟୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details