ଓଡିଶା

odisha

ETV Bharat / state

ମାନସିକ ରୋଗରେ ପୀଡିତ ଥିବା ମହିଳାଙ୍କୁ ଦୁଷ୍କର୍ମ ! - mental disorder women attempt sexually assult in rairangpur

ମାନସିକ ରୋଗରେ ପୀଡିତ ଥିବା ମହିଳାଙ୍କୁ ଦୁଷ୍କର୍ମ ! ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ....

mental disorder women attempt sexually assult in rairangpur
ମାନସିକ ରୋଗରେ ପୀଡିତ ଥିବା ମହିଳାଙ୍କୁ ଦୁଷ୍କର୍ମ !

By

Published : Jul 18, 2020, 12:52 PM IST

ରାଇରଙ୍ଗପୁର :ମାନସିକ ରୋଗରେ ପୀଡିତ ଥିବା ମହିଳାଙ୍କୁ ଦୁଷ୍କର୍ମ ! ଏପରିକି ଦୁଷ୍କର୍ମ ପରେ ମହିଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ କରଞ୍ଜିଆ ଥାନା ଅଧିକାରିଣୀ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।

ମାନସିକ ରୋଗରେ ପୀଡିତ ଥିବା ମହିଳାଙ୍କୁ ଦୁଷ୍କର୍ମ !

ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଲକଡାଉନର ସୁଯୋଗ ନେଇ କେହି ଦୁର୍ବୃତ୍ତ ମହିଳାଙ୍କୁ ଦୁଷ୍କର୍ମ କରି କରଞ୍ଜିଆ ଷ୍ଟାଡିୟମ ନିକଟରେ ଫିଙ୍ଗି ଚାଲିଯାଇଥଲା । ମହିଳାଙ୍କୁ ମୁର୍ମୁଷ ଅବସ୍ଥାରେ ପଡିଥିବାର ଦେଖି ଜଣେ ସାମାଜିକ କର୍ମୀ ପୋଲିସକୁ ଖବର ଦେଇଥିଲେ । ତେବେ ଏପରି ଏକ ଘୃଣ୍ୟ କାର୍ଯ୍ୟ କରିଥିବା ଦୁର୍ବୃତ୍ତଙ୍କୁ ଖୁବ ଶୀଘ୍ର ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details