ରାଇରଙ୍ଗପୁର: ଭିଜିଲାନ୍ସ ଜାଲରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ କିରାଣୀ । 25 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ କିରାଣୀ ହିମାଂଶୁ ଶେଖର ପଣ୍ଡା ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସେ ଏମପିଏଚଏସ multipurpose Health supervisor (ମେଲ୍) ଭାବରେ ବାଦାମପାହାଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଗୋପୀନାଥ ହେମ୍ବ୍ରମଙ୍କ ଠାରୁ ଲାଞ୍ଚ ନେଉଥିଲେ ।
ଭିଜିଲାନ୍ସ ଜାଲରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ କିରାଣୀ - ମେଡିକାଲ ମୁଖ୍ୟ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍
ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମୟୂରଭଞ୍ଜ ବାଦାମପାହାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ କିରାଣୀ । ଅଧିକ ପଢନ୍ତୁ
ଯାହା ସୂଚନା ରହିଛି, ସପ୍ତମ ବେତନ କମିଶନର ବାକିଆ ୨୦ ପ୍ରତିଶତ ଏରିଅର ବିଲ୍ କରେଇଦେବା ବାବଦକୁ ହିମାଂଶୁ ଗୋପୀନାଥ ହେମ୍ବ୍ରମଙ୍କ ଠାରୁ ପୂର୍ବରୁ ୧୦,୦୦୦ ଟଙ୍କା ନେଇଥିଲେ । ଆହୁରି ୨୫,୦୦୦ ଟଙ୍କା ବାକି ରହିଥିଲା । ପରେ ସେ ବାକି ଟଙ୍କା ଡିମାଣ୍ଡ କରିଥିଲେ । ଏନେଇ ଗୋପିନାଥ ହେମ୍ବ୍ରମ ବାରିପଦା ଭିଜିଲାନ୍ସ ବିଭାଗକୁ ଖବର ଦେଇଥିଲେ । ଆଜି ହିଂମାଶୁ ଶେଖର ଏହି ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଭିଜିଲାନ୍ସ ଧରିଛି । ବାଲେଶ୍ବର ଭିଜିଲାନ୍ସ ଏସପିଙ୍କ ନେତୃତ୍ବରେ ବାରିପଦା ଭିଜିଲାନ୍ସ ବିଭାଗର ଏସପି ଓ ଡିଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ଟିମ୍ ରେଡ୍ କରିଛନ୍ତି । ତାଙ୍କ ଠାରୁ ନଗଦ ୨୫,୦୦୦ ଟଙ୍କା ଜବତ କରିବା ସହ ତାଙ୍କୁ ନିଜ ହେପାଜତକୁ ନେଇଛି ଭିଜିଲାନ୍ସ ବିଭାଗ ।
TAGGED:
rairangapur vigilance raid