ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଆଦିବାସୀ ହକ ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି । ଶିମିଳିପାଳ ଅଞ୍ଚଳକୁ Eco-sensitive Zone କରିବା ବାହାନାରେ ଆଦିବାସୀମାନଙ୍କୁ ଉଚ୍ଛେଦ କରାଯାଉଛି । ଏହି ଅଭିଯୋଗ ଆଣି ଏହାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ହକ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ
ଶିମିଳିପାଳ ଅଞ୍ଚଳକୁ Eco-sensitive Zone କରିବା ବାହାନାରେ ଆଦିବାସୀ ମାନଙ୍କୁ ଉଚ୍ଛେଦ କରାଯାଉଛି । ଏହାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମୟୁରଭଞ୍ଜ ଜିଲ୍ଲାର ମୂଳନିବାସୀ ଆଦିବାସୀ । ଅତିରିକ୍ତ ଜିଲ୍ଲାପାଳଙ୍କୁ ଜରିଆରେ ମୁଖ୍ୟମନ୍ତ୍ରୀ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ବାରିପଦା ମଧୁବନପଡିଆ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ମୟୂରଭଞ୍ଜ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ବ ଆଦିବାସୀ ନିଜର ଅଧିକାର ପାଇଁ ରାସ୍ତାକୁ ଓହ୍ଲାଇଥିଲେ । ଜିଲ୍ଲା ପେସା ଗ୍ରାମସଭା କୋ-ଓଡିନେସନ କମିଟି ଡ଼ାକରାରେ ଏହି ବିରାଟ ଶୋଭାଯାତ୍ରା କରାଯାଇଛି । ଭାରତୀୟ ସମ୍ବିଧାନର ୫ମ ଅନୁସୂଚୀ ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ୨୮୫ ଗ୍ରାମର ଆଦିବାସୀ ମୂଳବାସୀମାନଙ୍କୁ ଶିମିଳିପାଳ ଅଞ୍ଚଳରୁ Eco-sensitive Zone ବାହାନାରେ ଉଚ୍ଛେଦ ବନ୍ଦ କରିବାକୁ ଦାବି କରିଛନ୍ତି ।
ଏକ ବିରାଟ ଶୋଭାଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ନିଜର ଦାବି ପୂରଣ ନହେଲେ ଆଗାମୀ ଦିନରେ ନିଆଁ ଜଳିବ ବୋଲି ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ସଭାପତି ପାଣ୍ଡୁରାମ ହେମ୍ବ୍ରମ ପ୍ରକାଶ କରିଛନ୍ତି ।