ଓଡିଶା

odisha

ETV Bharat / state

ମୌଳିକ ସୁବିଧାରୁ ବଞ୍ଚିତ ଖଡିଆ ଜନଜାତି, ଦୁଃଖ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି 25 ପରିବାର - basic facility

ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅସୁରଘାଟି ଗ୍ରାମର ବଣ ଜଙ୍ଗଲ ଉପରେ ଥିବା 'ଡିବାକୋଚା" ଗାଁ ଲୋକଙ୍କ ଅବସ୍ଥା କହିଲେ ନ ସରେ । ମୌଳିକ ସୁବିଧାରୁ ବଞ୍ଚିତ ଖଡିଆ ସମ୍ପ୍ରଦାୟର ପ୍ରାୟ 25 ପରିବାରଙ୍କର ଦୁର୍ଦ୍ଦିନରେ ବିତୁଛି ଜୀବନ । ଏ ନେଇ ନା ଅଛି ପ୍ରଶାସନର ଦୃଷ୍ଟି ନା ବଢୁଛି ଜନପ୍ରତିନିଧିଙ୍କ ସହାୟତାର ହାତ । ଅଧିକ ପଢନ୍ତୁ...

ମୌଳିକ ସୁବିଧାରୁ ବଞ୍ଚିତ ଖଡିଆ ଜନଜାତି
ମୌଳିକ ସୁବିଧାରୁ ବଞ୍ଚିତ ଖଡିଆ ଜନଜାତି

By

Published : Jul 1, 2021, 9:37 PM IST

ରାଇରଙ୍ଗପୁର:ସ୍ବାଧୀନତାକୁ ଅନେକ ବର୍ଷ ବିତି ଯାଇଛି ହେଲେ ଚିତ୍ର ସମାନ ରହିଛି । ବିକାଶଠାରୁ ବହୁ ଦୂରରେ ରହିଛି ଅନେକ ସ୍ଥାନ । ଆଦିବାସୀ ଜନଜାତିଙ୍କ ବିକାଶ ପାଇଁ ସରକାରଙ୍କ କାହିଁ କେତେ ଯୋଜନା ହେଲେ ତାହା କେବଳ ଯୋଜନାରେ ସୀମିତ । ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅସୁରଘାଟି ଗ୍ରାମର ବଣ ଜଙ୍ଗଲ ଉପରେ ଥିବା 'ଡିବାକୋଚା" ଗାଁ ଲୋକଙ୍କ ଅବସ୍ଥା କହିଲେ ନ ସରେ । ମୌଳିକ ସୁବିଧାରୁ ବଞ୍ଚିତ ଖଡିଆ ସମ୍ପ୍ରଦାୟର ପ୍ରାୟ 25ପରିବାର ଲୋକଙ୍କର ଦୁର୍ଦ୍ଦିନରେ ବିତୁଛି ଜୀବନ । ଏ ନେଇ ନା ଅଛି ପ୍ରଶାସନର ଦୃଷ୍ଟି ନା ଜନପ୍ରତିନିଧିଙ୍କ ନଜର ।

ମୌଳିକ ସୁବିଧାରୁ ବଞ୍ଚିତ ଖଡିଆ ଜନଜାତି

ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଅସୁରଘାଟିର 'ଡିବାକୋଚା' ଗ୍ରାମର 25ଟି ଖଡିଆ ସମ୍ପ୍ରଦାୟର ପରିବାରକୁ ନେଇ ଅବସ୍ଥିତ । ବିପଦପୂର୍ଣ୍ଣ ଜଙ୍ଗଲ ରାସ୍ତାରେ ପ୍ରାୟ ଦୁଇ କିଲୋମିଟର ଚାଲି ଚାଲି ଯିବା ପରେ ପଡ଼ିଥାଏ ସେମାନଙ୍କର ବାସସ୍ଥଳୀ । ସେମାନଙ୍କ ଅବସ୍ଥା ଆଖିରେ ଦେଖି ହେବ ନାହିଁ । ମୁଣ୍ଡ ଗୁଞ୍ଜିବା ପାଇଁ ଝୁପୁଡି ଘର ସାହା ସେଥିରୁ ପୁଣି ଛପର ଉଡିଗଲାଣି । ପିଇବା ପାଣି ପାଇଁ ଚୁଆ ଉପରେ ନିର୍ଭରଶୀଳ ସେହି ପରିବାର । ନା ଗାଁକୁ ଅଛି ଖଣ୍ଡେ ଭଲ ରାସ୍ତା ନା ବିଜୁଳି । ମୋଟାମୋଟି ଭାବରେ କହିବାକୁ ଗଲେ ମୌଳିକ ସୁବିଧାରୁ ବଞ୍ଚିତ ଡିବାକୋଚା ଗାଁର ଏହି 25 ପରିବାର । ଏ ନେଇ ବାରମ୍ବାର ପ୍ରଶାସନକୁ କହିବା ପରେ ସେମାନଙ୍କ ସମସ୍ୟାର ସମାଧାନ କରିନାହିଁ ପ୍ରଶାସନ । ଚିକିତ୍ସା ସୁବିଧା ମଧ୍ୟ ଏମାନଙ୍କ ଠାରୁ ବହୁ ଦୂରରେ । ଦେହ ଖରାପ ହେଲେ ଚିକିତ୍ସା ସୁବିଧା ପାଇ ନପାରି ଜଙ୍ଗଲରୁ ଚେରୀମୂଳୀ ଔଷଧ ଆଣି ବ୍ୟବହାର କରିଥାନ୍ତି । ଜରୁରୀକାଳୀନ ପରିସ୍ଥିତିରେ ଖଟିଆରେ ରୋଗୀକୁ ବୋହି ନେଇ ଜଙ୍ଗଲ ତଳେ ଥିବା ଗାଁକୁ ଆଣିବା ପରେ ଭଡ଼ା ଗାଡ଼ିରେ ଡାକ୍ତରଖାନାକୁ ନିଆଯାଇଥାଏ ।

ଖଡିଆ ସମ୍ପ୍ରଦାୟର ଏହି ସମସ୍ୟା ନେଇ ବହଳଦା ବିଡିଓଙ୍କୁ ଭେଟିଥିଲେ ଆମ ପ୍ରତିନିଧି । ସମସ୍ତ ସମସ୍ୟା ନେଇ ବିଡିଓଙ୍କୁ ଅବଗତ କରାଇଥିଲେ । ଏ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ । ଜୀବନ ଜୀବିକା ପାଇଁ ଜଙ୍ଗଲ ମଧ୍ୟରେ ଥିବା ଏହି ଗାଁରେ ଦୟନୀୟ ଅବସ୍ଥାରେ ଅହରହ ସଂଘର୍ଷ କରୁଛନ୍ତି ଖଡିଆ ଜନଜାତି । ତେବେ କେବେ ସେମାନଙ୍କ ସମସ୍ୟାର ସମାଧାନ ହେଉଛି ଓ ସେ ମୌଳିକ ସୁବିଧା ପାଇବା ସହିତ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details