ଓଡିଶା

odisha

କୋରୋନା କୋପ, ହରିୟାଣାରେ ଆଖି ବୁଜିଲେ ମୟୂରଭଞ୍ଜର ଯୁବକ

By

Published : Jun 8, 2020, 8:09 PM IST

ମହାମାରୀ କୋରୋନା ନେଲା ରୋଜଗାରିଆ ପୁଅର ଜୀବନ । ମୟୂରଭଞ୍ଜ ଜିଲ୍ଲା ଡ଼ିହିରାକୁଳ ଗାଁର ଯୁବକ ସୁଶାନ୍ତ କୁମାର ସେନାପତିଙ୍କ କୋରୋନାରେ ହରିୟାଣା ଗୁରୁଗ୍ରାମ ହସ୍ପିଟାଲରେ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

Mayurbhanj youth dies in Corona, Haryana
କୋରୋନା କୋପ, ହରିୟାଣାରେ ଆଖି ବୁଜିଲେ ମୟୂରଭଞ୍ଜର ଯୁବକ

ବାରିପଦା: କୋରୋନା ନେଲା ପରିବାରର ରୋଜଗାରିଆ ପୁଅର ଜୀବନ । ଦି ପଇସା ଅଧିକ ରୋଜଗାର କରିବା ଆଶାରେ ରାଜ୍ୟ ବାହାରକୁ ଯାଇଥିବା ଯୁବକର କୋରୋନାରେ ମୃତ୍ୟୁ ହୋଇଛି । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଚିହିରାକୁଳ ଗାଁର ଯୁବକ ସୁଶାନ୍ତ କୁମାର ସେନାପତି ।

କୋରୋନା କୋପ, ହରିୟାଣାରେ ଆଖି ବୁଜିଲେ ମୟୂରଭଞ୍ଜର ଯୁବକ
କୋରୋନା କୋପ, ହରିୟାଣାରେ ଆଖି ବୁଜିଲେ ମୟୂରଭଞ୍ଜର ଯୁବକ

ଗତ ଜାନୁଆରୀରେ ସୁଶାନ୍ତ ହରିୟାଣାର ଗୁରୁଗ୍ରାମକୁ କାମ କରିବାକୁ ଯାଇଥିଲେ । ସେଠାରେ ସେ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଗତ ୬ ତାରିଖରେ ଗୁରୁଗ୍ରାମର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ରବିବାର କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

କୋରୋନା କୋପ, ହରିୟାଣାରେ ଆଖି ବୁଜିଲେ ମୟୂରଭଞ୍ଜର ଯୁବକ

ସେପଟେ ସୁଶାନ୍ତର ମୃତ୍ୟୁ ଖବର ପାଇବା ପରେ ଡ଼ିହିରାକୁଳ ଗାଁରେ ଶୋକର ଛାୟା ଖେଳିଯାଇଥିବା ବେଳେ ବାପା ମା' ଙ୍କ ଆଖିରୁ ପୁଅର ମୃତ୍ୟୁ ଖବର ଶୁଣି ଶୁଖୁନାହିଁ ଲୁହ । ତେବେ ରୋଜଗାର ପାଇଁ ଯାଇଥିବା ସୁଶାନ୍ତଙ୍କ କୋରୋନାରେ ମୃତ୍ୟୁ ହେବା କାରଣରୁ ପୁଅର ମୃତଦେହ ଦେଖିବାର ସୁଯୋଗ ପାଇନାହାନ୍ତି ବାପା ମା' ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details