ଓଡିଶା

odisha

ETV Bharat / state

5G Service: ଲାଇଭ ଡେମନଷ୍ଟ୍ରେସନରେ ଯୋଡିହେଲା ଦ୍ରୌପଦୀ ମୁର୍ମୁଙ୍କ ସ୍କୁଲ - ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟ

5G ସେବା ଆରମ୍ଭ ନେଇ ଲାଇଭ ଡେମନଷ୍ଟ୍ରେସନରେ ପ୍ରଧାନମନ୍ତ୍ରୀଙ୍କ ସହ ଯୋଡ଼ିହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍କୁଲର ଛାତ୍ରଛାତ୍ରୀ । ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ମୋବାଇଲ କଂଗ୍ରେସ ପରିସରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ଅତିଥିଙ୍କ ସହ ଛାତ୍ରଛାତ୍ରୀମାନେ ଜିଓ 5G ନେଟୱାର୍କ ଜରିଆରେ ଯୋଡ଼ି ହୋଇଥିଲେ । ଅଧିକ ପଢ଼ନ୍ତୁ

5G service: ଲାଇଭ ଡେମନଷ୍ଟ୍ରେସନରେ ଯୋଡ଼ିହେଲା ଦ୍ରୌପଦି ମୁର୍ମୁଙ୍କ ସ୍କୁଲ
5G service: ଲାଇଭ ଡେମନଷ୍ଟ୍ରେସନରେ ଯୋଡ଼ିହେଲା ଦ୍ରୌପଦି ମୁର୍ମୁଙ୍କ ସ୍କୁଲ

By

Published : Oct 1, 2022, 6:16 PM IST

ରାଇରଙ୍ଗପୁର: ଭାରତରେ 5G ସେବା ଆରମ୍ଭ ନେଇ ଲାଇଭ ଡେମନଷ୍ଟ୍ରେସନ । 5G ନେଟୱାର୍କ ଦ୍ବାରା ପରିଚାଳିତ ଶିକ୍ଷା ସମ୍ବନ୍ଧୀୟ ଏକ ସ୍ବତନ୍ତ୍ର ଅଧିବେଶନରେ ଭର୍ଚୁଆଲ ମୋଡରେ ପ୍ରଧାନମନ୍ତ୍ରୀଙ୍କ ସହିତ ଯୋଡ଼ିହେଲେ ମୟୂରଭଞ୍ଜ ପାହାଡ଼ପୁର ଏସଏଲଏସ ସ୍କୁଲର ଛାତ୍ରଛାତ୍ରୀ । ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ମୋବାଇଲ କଂଗ୍ରେସ ପରିସରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ଅତିଥିଙ୍କ ସହ ଛାତ୍ରଛାତ୍ରୀମାନେ ଜିଓ 5G ନେଟୱାର୍କ ଜରିଆରେ ଯୋଡ଼ି ହୋଇଥିଲେ ।

5G service: ଲାଇଭ ଡେମନଷ୍ଟ୍ରେସନରେ ଯୋଡ଼ିହେଲା ଦ୍ରୌପଦୀ ମୁର୍ମୁଙ୍କ ସ୍କୁଲ

ଦୀର୍ଘ ଦିନର ପ୍ରତୀକ୍ଷାର ଘଟିଲା ଅନ୍ତ । ଆଜିଠୁ ଭାରତରେ ଆରମ୍ଭ ହେଲା 5G ଯୁଗ । ଆଜି ଦିନ ୧୦ଟା ସମୟରେ ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମୈଦାନର ଇଣ୍ଡିଆ ମୋବାଇଲ କଂଗ୍ରେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 5G ସେବାର ଶୁଭାରମ୍ଭ କରିଛନ୍ତି (PM Modi launches 5G service) । ପ୍ରାଥମିକ ପର୍ଯ୍ୟାୟରେ ୧୩ଟି ପ୍ରମୁଖ ସହରରେ ଏହି ହାଇସ୍ପିଡ୍ ଇଣ୍ଟରନେଟ ସେବା ମିଳିବ । ଆସନ୍ତା ଦୁଇ ବର୍ଷ ମଧ୍ୟରେ ସାରା ଦେଶରେ ହାଇସ୍ପିଡ 5G ସେବା ଉପଲବ୍ଧ ହେବ । ତେବେ ଏହି 5G ସେବା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଓଡ଼ିଶାରୁ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟ ସିଧାସଳଖ ଯୋଡି ହୋଇଥିଲା । ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟ ହେଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍କୁଲ । ତାଙ୍କ ସ୍ବାମୀ ଓ ଦୁଇ ପୁତ୍ରଙ୍କ ସ୍ମୃତିରେ ଏହି ସ୍କୁଲ ନିର୍ମାଣ କରିଥିଲେ ଦ୍ରୌପଦୀ ମୁର୍ମୁ । ତାଙ୍କ ଝିଅ ଇତିଶ୍ରୀ ମୁର୍ମୁ ଏସଏଲଏସ ଟ୍ରଷ୍ଟ ବୋର୍ଡ଼ର ସଭାପତି ଅଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...5G Service: ଭାରତରେ 5G ଯୁଗ ଆରମ୍ଭ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଦୁର୍ଗମ ଅଞ୍ଚଳ ପାହାଡ଼ପୁର ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ଆଜି ହେଉଛି ଏକ ସ୍ମରଣୀୟ ଦିନ । କାରଣ ଆଜି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ସହିତ ଯୋଡି ହୋଇଥିଲେ । ସେମାନେ 5G ନେଟୱାର୍କ ଦ୍ବାରା ପରିଚାଳିତ ଶିକ୍ଷା ସମ୍ବନ୍ଧୀୟ ଏକ ସ୍ବତନ୍ତ୍ର ଲାଇଭ ପ୍ରଦର୍ଶନ ଅଧିବେଶନରେ ଅଂଶ ଗ୍ରହଣ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ସ୍କୁଲ ଓଡ଼ିଶାର ପ୍ରଥମ ସ୍କୁଲ ଭାବେ 5G ପ୍ରଯୁକ୍ତିର ରୂପାନ୍ତରଣ ଅନୁଭୂତି ହାସଲ କରିଛି । ଶିକ୍ଷା କ୍ଷେତ୍ରରେ ସଫଳ ଲାଇଭ 5G ପ୍ରୟୋଗର ପ୍ରଦର୍ଶନରେ ଅଂଶଗ୍ରହଣ କରିବାର ସୁଯୋଗ ମଧ୍ୟ ପାଇଛି ।

ତେବେ ଭାରତ ସରକାରଙ୍କ ଟେଲିକମ ବିଭାଗର ଡିଡିଜି ବିଜୟ କୁମାର ନାୟକଙ୍କ ସହିତ ଯଶିପୁର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ, ରାଇରଙ୍ଗପୁର ଏସଡିପିଓ, କୁସୁମୀ ବିଡ଼ିଓ, ଏସଏଲଏସ ସ୍କୁଲର ପ୍ରିନ୍ସିପାଲ ଜନ୍ମେଜୟ ଗିରିଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ତଥା ସ୍ଥାନୀୟ ଲୋକେ ଏସଏଲଏସ ସ୍କୁଲରେ ଅନୁଷ୍ଠିତ ଏହି ଐତିହାସିକ ମୁହୁର୍ତ୍ତକୁ ସିଧାସଳଖ ଦେଖିଥିଲେ ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details