ଓଡିଶା

odisha

ETV Bharat / state

ମୟୂରଭଞ୍ଜ ସାରସକଣା ୫୬ ନମ୍ବର ଜିଲ୍ଲା ପରିଷଦର ଉପନିର୍ବାଚନ ଆରମ୍ଭ - mayurbhanj saraskana block

ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ୫୬ ନମ୍ବର ଜିଲ୍ଲାପରିଷଦ ପାଇଁ ଆରମ୍ଭ ହୋଇଛି ଉପନିର୍ବାଚନ । ଜିଲ୍ଲା ପରିଷଦ ସଦସ୍ୟ ଭୁବନେଶ୍ବର ମହାନ୍ତଙ୍କ ଦେହାନ୍ତ ପରେ ଉପନିର୍ବାଚନ ହେଉଛି । ମୋଟ ୧୧୧ଟି ବୁଥ୍‌ରେ ୩୭୪୦୬ ଭୋଟର ମତଦାନ ଦେଉଛନ୍ତି। ଅଧିକ ପଢନ୍ତୁ...

ମୟୂରଭଞ୍ଜ ସାରସକଣା ୫୬ ନମ୍ବର ଜିଲ୍ଲା ପରିଷଦ ଉପନିର୍ବାଚନ
ମୟୂରଭଞ୍ଜ ସାରସକଣା ୫୬ ନମ୍ବର ଜିଲ୍ଲା ପରିଷଦ ଉପନିର୍ବାଚନ

By

Published : Feb 11, 2021, 12:53 PM IST

ବାରିପଦା: ମୟୂରଭଞ୍ଜ ସାରସକଣା ବ୍ଲକ ୫୬ ନମ୍ବର ଜୋନ ପାଇଁ ଜିଲ୍ଲାପରିଷଦ ଉପନିର୍ବାଚନ ଆରମ୍ଭ ହୋଇଛି । ଜିଲ୍ଲା ପରିଷଦ ଭୁବନେଶ୍ବର ମହାନ୍ତଙ୍କ ଦେହାନ୍ତ ପରେ ଉପନିର୍ବାଚନ ହେଉଛି । ସକାଳ ୭ ଟା ରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଦିନ ୧୨ ଟାରେ ଶେଷ ହୋଇଛି ।

ମୟୂରଭଞ୍ଜ ସାରସକଣା ୫୬ ନମ୍ବର ଜିଲ୍ଲା ପରିଷଦ ଉପନିର୍ବାଚନ

୫୬ ନମ୍ବର ଜିଲ୍ଲାପରିଷଦ ଜୋନ୍‌ରେ ମୋଟ ୧୧୧ ଟି ବୁଥ୍‌ରେ ୩୭୪୦୬ ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ସାରସକଣା ବ୍ଲକର ୮ ଟି ପଞ୍ଚାୟତ ଉମାଦେଇପୁର, ଧାଙ୍ଗିଦିଷୋଳ, ପାଣ୍ଡରା, ଜାଲଦା, ଭୁରଶାଣି, ରାଜାଲୋକା, ଝାରପୋଖରିଆ, ଶୀର୍ଷା ପଞ୍ଚାୟତ ରେ ନିର୍ବାଚନ ହେଉଛି।

ମୋଟ ଭୋଟର ୧୮୮୦୩ ପୁରୁଷ,୧୮୬୦୦ ମହିଳା ଭୋଟର ଅଛନ୍ତି। ତେବେ ନିର୍ବାଚନୀ ମୈଦାନରେ ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର। ତେବେ କୋରୋନା କଟକଣା ମଧ୍ୟରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଭୋଟରଙ୍କ ଥର୍ମାଲ ଟେଷ୍ଟ କରାଯିବା ସହ ସାନିଟାଇଜର ଦିଆଯାଉଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details