ବାରିପଦା: ସଙ୍କଟରେ ବିଶ୍ବ ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ । ଦୀର୍ଘ ଦିନ ଜଙ୍ଗଲ ଜଳୁଥିଲେ ମଧ୍ୟ ଲିଭିବାର ନାଁ ଧରୁନି । ଯାହାକୁ ନେଇ ସବୁଠି ଉଦବେଗ ପ୍ରକାଶ ପାଇଛି । ସେପଟେ ଜଙ୍ଗଲ ଜମିକୁ ସଂରକ୍ଷିତ ରଖିବାକୁ ଆଗେଇ ଆସିଛନ୍ତି ମୟୂରଭଞ୍ଜର ରାଜପରିବାର । ରାଜପରିବାରର ମହାରାଣୀ ଓ ରାଜକୁମାରୀ ଶିମିଳିପାଳରେ ପହଞ୍ଚି ନିଆଁକୁ କରୁଛନ୍ତି ଆୟତ୍ତ ।
ରାଜପରିବାରର ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଓ ରାଜକୁମାରୀ ଅକ୍ଷିତା ମଞ୍ଜରୀ ଭଞ୍ଜଦେଓଙ୍କ ସମେତ ପରିବେଶବିତ ସଂଯୁକ୍ତା ବସା, ବିଭୁଦତ୍ତ ଦାସ ଶିମିଳିପାଳ ଜୈବମଣ୍ଡଳର ପାଖାପାଖି ଗାଁଗୁଡିକୁ ଯାଇ ନିଜେ ନିଆଁ ଲିଭା କାର୍ଯ୍ୟରେ ଲାଗିପଡିଛନ୍ତି । ସମସ୍ତେ ଗୋଟିଏ ଆଶା ନେଇ ଲାଗି ପଡିଛନ୍ତି ନିଆଁ ଲିଭା କାର୍ଯ୍ୟରେ । ଏହାସହ ସେମାନେ ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଥିବା ବାଙ୍ଗରିପୋଷି ରେଞ୍ଜର ବାସ୍କିତୋଳା, ଭାଗିରଥିପୁର, କାନଛିଣ୍ଡା, ନିଶ୍ଚିନ୍ତା, ବ୍ରାହ୍ମଣ ଗାଁ, ତାଳବନ୍ଧ ଆଦି ଗାଁରେ ଲୋକଙ୍କୁ ଜଙ୍ଗଲରେ ନିଆଁ ନ ଲଗାଇବାକୁ ସଚେତନ କରିଛନ୍ତି।