ବାରିପଦା: ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ପବିତ୍ର ଘୋଷଯାତ୍ରାକୁ ନେଇ ଚଳଚଞ୍ଚଳ ସାରା ରାଜ୍ୟ । ସାରା ବିଶ୍ବରେ ଆଜି ଚତୁର୍ଦ୍ଧାମୂର୍ତ୍ତୀ ରଥାରୂଢ ହୋଇ ନବଦିନାତ୍ମକ ଯାତ୍ରାରେ ମାଉସୀମା ଘରକୁ ଯାଉଛନ୍ତି । ହେଲେ ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ହରିବଳଦେବ ଜୀଉରେ ଆସନ୍ତାକାଲି ହେବ ରଥଟଣା । ହେଲେ ଆଜି ପହଣ୍ଡି ବିଜେ ପରେ ମହାପ୍ରଭୁଙ୍କୁ ରଥାରୂଢ କରାଯାଇଛି ।
ଏଠାରେ ରଥଯାତ୍ରା ଦିନ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ରଥାରୂଢ କରାଯାଇଥାଏ । ହେଲେ ରଥଯାତ୍ରା ପର ଦିନ ରଥଟଣା ହୋଇଥାଏ । ଏପଟେ ରଥାରୂଢ ପ୍ରଭୁଙ୍କ ଦର୍ଶନ ପାଇଁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ଶହ ଶହ ଶ୍ରଦ୍ଧାଳୁ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଦର୍ଶନ କରିଥିଲେ ।