ରାଇରଙ୍ଗପୁର: ଅଲଚିକି ଭାଷାରେ ଉନ୍ମୋଚନ ହେଲା ମୟୂରଭଞ୍ଜ ସାଂସଦଙ୍କ ରିପୋର୍ଟ । ସାଂସଦ ଭାବରେ ନିଜର ପ୍ରଥମ ବାର୍ଷିକ ରିପୋର୍ଟ କାର୍ଡ ପ୍ରଦାନ କଲେ ମୟୂରଭଞ୍ଜ ଲୋକସଭା ସାଂସଦ ବିଶେଶ୍ବର ଟୁଡୁ ।
ରାଇରଙ୍ଗପୁର ଡାକ ବଙ୍ଗଳାରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସାନ୍ତାଳୀ ଅଲଚିକି ଲିପିରେ ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ ନିଜ ଏକ ବର୍ଷର ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି । ପୂର୍ବରୁ ବାରିପଦାରେ ଓଡ଼ିଆ ଭାଷାରେ ରିପୋର୍ଟ କାର୍ଡ ପ୍ରଦାନ କରିଥିବା ବେଳେ ରାଇରଙ୍ଗପୁରରେ ଅଲଚିକିରେ ଛପା ବାର୍ଷିକ ରିପୋର୍ଟ କାର୍ଡ ଉନ୍ମୋଚନ କରିଛନ୍ତି । ସାଂସଦ ବିଶେଶ୍ବର ଟୁଡୁ ୨୦୧୯ ବର୍ଷର ରିପୋର୍ଟ କାର୍ଡରେ ବିଶେଷ କରି ନୂତନ ରେଳପଥ, ଜାତୀୟ ରାଜପଥରେ ଓଭର ବ୍ରିଜ ଓ ଅଣ୍ଡର ପାସ , ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ କ୍ଷୁଦ୍ର ଶିଳ୍ପାୟନ, ସ୍ପିନିଂ ମିଲ , ସ୍ପଞ୍ଜ ଆଇରନ, ସବାଇ ଘାସ ପ୍ରକଳ୍ପ , ଡାଏରୀ ଫାର୍ମ , ମାଛ ଚାଷ ପ୍ରକଳ୍ପ ଆଦି ସ୍ଥାପନ ପାଇଁ ଯଥେଷ୍ଟ ପ୍ରୟାସ କରାଯାଇଥିବା ଉଲ୍ଲେଖ ରହିଛି ।