ରାଇରଙ୍ଗପୁର: ବକେୟା ପାଉଣା ଦାବିରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶ୍ରମିକ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ଥିବା ଏକମାତ୍ର ଶିଳ୍ପ କାରଖାନା ମୟୂରଭଞ୍ଜ ମେଟାଲ୍ସ ଲିମିଟେଡ କୋରୋନା ଯୋଗୁଁ ବନ୍ଦ ପଡିଛି । ଫଳରେ ସେଠାରେ କାମ କରୁଥିବା ଶ୍ରମିକମାନେ କାମଧନ୍ଦା ଓ ବକେୟା ଦରମା ନପାଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ।
ତେଣୁ କାରଖାନାକୁ ଯଥାଶୀଘ୍ର ଖୋଲିବା ସହ ଶ୍ରମିକଙ୍କ ବକେୟା ଦରମା ପ୍ରଦାନ ଦାବିରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇଥିଲା । ବାମନଘାଟି ଶିଳ୍ପ ମଜଦୁର ସଂଘର ସଭାପତି ନିଗମାନନ୍ଦ ପଟ୍ଟନାୟକଙ୍କ ସହ ଶ୍ରମିକମାନେ ଏହି ଧାରଣାରେ ସାମିଲ ହୋଇଥିଲେ ।