ଓଡିଶା

odisha

ETV Bharat / state

କୋରୋନା ସାଜିଲା କାଳ, ମୃତକଙ୍କ ଅନ୍ତିମ ସତ୍କାରକୁ ସ୍ଥାନୀୟ ଲୋକଙ୍କ ବିରୋଧ - locals are protesting of corona patient's funeral

କୋରୋନାରେ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ଅନ୍ତିମ ସତ୍କାରକୁ ବିରୋଧ କରି ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ବାରିପଦା ସ୍ଥିତ ରଘୁନାଥପୁର ଅଞ୍ଚଳବାସୀ। ଜିଲ୍ଲାପାଳ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପରେ ସେମାନେ ବିକ୍ଷୋଭରୁ ଓହରିଥିଲେ । ଅଧିକ ପଢନ୍ତୁ...

The locals are protesting of corona patient's funeral
କୋରୋନା ମୃତକଙ୍କ ଅନ୍ତିମ ସତ୍କାରକୁ ସ୍ଥାନୀୟ ଲୋକଙ୍କ ବିରୋଧ

By

Published : Sep 29, 2020, 7:30 AM IST

ବାରିପଦା: କୋରୋନାରେ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ଅନ୍ତିମ ସତ୍କାରକୁ ବିରୋଧ କରି ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ବାରିପଦା ସ୍ଥିତ ରଘୁନାଥପୁର ଅଞ୍ଚଳବାସୀ। ସୂଚନାମୁତାବକ, ଗତ କିଛିଦିନ ଧରି ବାରିପଦା ସ୍ଥିତ ରଘୁନାଥପୁର ଅଞ୍ଚଳରେ ଥିବା ମଇଳା ଖାଦାନ ନିକଟରେ ଥିବା ଶ୍ମଶାନରେ କୋରୋନା ସଂକ୍ରମିତଙ୍କ ମୃତଦେହ ଦାହ କରିବାକୁ ନେଇ ସ୍ଥାନୀୟ ଲୋକଙ୍କ ଦ୍ବାରା ଉତ୍ତେଜନା ଲାଗି ରହିଥିଲା । ଏପରିକି ଗତ ଶୁକ୍ରବାର ଏଠାରେ ରାସ୍ତାରୋକ ସହିତ ଗତକାଲି ଏକ ମୃତ ଦେହ ନେଉଥିବା ଆମ୍ବୁଲାନ୍ସକୁ ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜା କରିଥିଲେ ।

କୋରୋନା ମୃତକଙ୍କ ଅନ୍ତିମ ସତ୍କାରକୁ ସ୍ଥାନୀୟ ଲୋକଙ୍କ ବିରୋଧ

ଯାହାକୁ ନେଇ ବାରିପଦା ଟାଉନ ଥାନାରେ ୨୦ ଜଣଙ୍କ ନାମରେ ମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା । ତେବେ ଏ ନେଇ ସୋମବାର ସ୍ଥାନୀୟ ବାସିନ୍ଦା ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲାପାଳ ଆନ୍ଦୋଳନକାରୀ ଙ୍କ ସହ ଆଲୋଚନା ପରେ ସେମାନେ ବିକ୍ଷୋଭରୁ ଓହରିଥିଲେ ।

ଶ୍ମଶାନଘାଟର ଚାରିପରେ ସ୍ଥାୟୀ ପାଚେରୀ ସହିତ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା କରାଯିବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ଶାନ୍ତ ପଡିଥିଲା। ଯେପର୍ଯ୍ୟନ୍ତ ଏଠାରେ ସୁରକ୍ଷା ବ୍ୟବସ୍ଥା ନ ହୋଇଛି, ଅନ୍ତିମ ସତ୍କାର ବନ୍ଦ ରହିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details