ଓଡିଶା

odisha

ETV Bharat / state

ରାଇରଙ୍ଗପୁର କଲେଜ ଅଧ୍ୟାପିକା ହତ୍ୟା ଘଟଣା, 3 ଅଭିଯୁକ୍ତ ଗିରଫ - mayurbhanj lecture murder case

ରାଇରଙ୍ଗପୁର କଲେଜ ଅଧ୍ୟାପିକାଙ୍କୁ ହତ୍ୟା ଅଭିଯୋଗରେ 3 ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ 3 ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ। ଏନେଇ ସୂଚନା ଦେଲେ ମୟୂରଭଞ୍ଜ ଏସପି ସ୍ମିତ ପି. ପରମାର।

mayurbhanj lecture murder case
ରାଇରଙ୍ଗପୁର କଲେଜ ଅଧ୍ୟାପିକା ହତ୍ୟା ଘଟଣା, 3 ଅଭିଯୁକ୍ତ ଗିରଫ

By

Published : Dec 1, 2019, 9:35 PM IST

ବାରିପଦା: ରାଇରଙ୍ଗପୁର କଲେଜ ଅଧ୍ୟାପିକାଙ୍କୁ ହତ୍ୟା ଅଭିଯୋଗରେ 3 ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ 3 ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଏନେଇ ସୂଚନା ଦେଲେ ମୟୂରଭଞ୍ଜ ଏସପି ସ୍ମିତ ପି. ପରମାର । ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ସୌମ୍ୟରଞ୍ଜନ ସାହୁ, ଦେବବ୍ରତ ମଣ୍ଡଳ ଓ ସୁଜିତ ମଣ୍ଡଳ । ଶନିବାର ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ କଲେଜ ହଷ୍ଟେଲରୁ ଉଦ୍ଧାର ପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ ।

ସୂଚନା ଅନୁଯାୟୀ, ଅଧ୍ୟାପିକା ଜଣଙ୍କ ଗତ ଅକ୍ଟୋବର 20 ତାରିଖରେ ନିଜ ସମ୍ପର୍କୀୟଙ୍କ ଘର କେନ୍ଦୁଝର ବୁଲି ଯାଇଥିବାବେଳେ ଦୁଷ୍କର୍ମର ଶିକାର ହୋଇଥିଲେ । ଏନେଇ ପୀଡିତା ଝରପୋଖରିଆ ଥାନାରେ ଅକ୍ଟୋବର 30 ତାରିଖରେ ଏତଲା ଦେଇଥିଲେ। ହେଲେ ଏତଲା ପାଇବାର ଦୀର୍ଘ ଏକ ମାସ ଭିତରେ ଅଭିଯୁକ୍ତକୁ ଗିରଫ କରିବାରେ ପୋଲିସ ବିଫଳ ହୋଇଥିବାବେଳେ ଅଭିଯୁକ୍ତ ପୀଡିତାଙ୍କୁ ବାରମ୍ବାର ହତ୍ୟା ଧମକ ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି ପୀଡିତାଙ୍କ ପରିବାର। ସେମାନେ ହିଁ ତାକୁ ମାରିଥିବା ସେ ଅଭିଯୋଗ କରିଥିଲେ।

ରାଇରଙ୍ଗପୁର କଲେଜ ଅଧ୍ୟାପିକା ହତ୍ୟା ଘଟଣା, 3 ଅଭିଯୁକ୍ତ ଗିରଫ

ସେପଟେ ପୀଡିତାଙ୍କ ଘରଲୋକଙ୍କ ଅଭିଯୋଗ ଅନୁସାରେ 6 ଜଣ ଅଭିଯୁକ୍ତଙ୍କ ମଧ୍ୟରୁ 3 ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟ ତିନି ଜଣଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି କହିଛନ୍ତି । ଅନ୍ୟପଟେ ଏହି ଘଟଣାରେ ଝାରପୋଖରିଆ ଥାନା ଅଧିକାରୀ ଶରତ ମହାଳିକକୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯିବା ସହ କାର୍ଯ୍ୟରେ ଅବହେଳା ପାଇଁ ମାମଲାର ତଦନ୍ତକାରୀ ଅଫିସର ପି କେ ସ୍ବାଇଁକୁ ନିଲମ୍ବିତ କରାଯାଇଛି । ତେବେ ଫେରାର ଥିବା ଅଭିଯୁକ୍ତ ହେଲେ ମିନିମଇ ସାହୁ, ରତିକାନ୍ତ ସାହୁ, ସଉଳାଶଳା ସାହୁ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details