ରାଇରଙ୍ଗପୁର: ଶହୀଦ ନୁଦୁରାମ ସୋରେନଙ୍କ ଜନ୍ମ ମାଟିରେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଓ ମହାରାଣୀ ରଶ୍ମୀ ରାଜଲକ୍ଷ୍ମୀ ଭଞ୍ଜଦେଓ । ଶହୀଦ ନୁଦୁରାମ ସୋରେନଙ୍କ ଡକ୍ୟୁମେଣ୍ଟାରୀ ଚଳଚିତ୍ର ଉନ୍ମୋଚନ ହୋଇଛି ।
ଏହି ଅବସରରେ ମହାରାଣୀଙ୍କ ସମେତ ମୟୂରଭଞ୍ଜ ମହାରାଜା ନୁଦୁରାମ ସୋରେନଙ୍କ ଜନ୍ମ ମାଟି ଚମ୍ପାଉଦା ଗ୍ରାମରେ ପହଞ୍ଚିଥିଲେ । ନୁଦୁରାମଙ୍କ ପତ୍ନୀ ଓ ତିନି ଝିଅଙ୍କୁ ଭେଟି ସମବେଦନା ଜଣାଇବା ସହିତ ଶହୀଦଙ୍କ ଫୋଟୋଚିତ୍ରରେ ଧୂପ, ଦୀପ ଦେଇ ମାଲ୍ୟାର୍ପଣ କରିଥିଲେ।
ଶହୀଦଙ୍କ ଜନ୍ମ ମାଟିରେ ମୟୂରଭଞ୍ଜ ମହାରାଣୀ ଓ ମହାରାଜା ଦେଶମାତୃକାର ସେବା ପାଇଁ ଗଲୱନ ଘାଟିରେ ନିୟୋଜିତ ଥିବାବେଳେ ଶହୀଦ ହୋଇଥିଲେ ସାହସୀ ମୟରଭଞ୍ଜ ମାଟିର ଲଢୁଆ ପୁଅ ନୁଦୁରାମ । ପ୍ରଥମ ଥର ପାଇଁ ନୁଦୁରାମଙ୍କ ପରିବାର ସହ ଜନ୍ମମାଟିକୁ ଆସିଥିବାରୁ ଖୁସିବ୍ୟକ୍ତ କରିଥିଲେ ଉଭୟ ମହାରାଜା ଓ ମହାରାଣୀ ।
ଶହୀଦ ନୁଦୁରାମଙ୍କ ବୀରତ୍ବ ଗାଥା ମନେ ପକାଇ ମହାରାଣୀ ଭାବପ୍ରବଣ ହୋଇଥିଲେ । ଚମ୍ପାଉଦା ଗାଁ ରେ ଶହୀଦଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରିବେ ବୋଲି ମହାରାଣୀ ରଶ୍ମୀ ରାଜଲକ୍ଷ୍ମୀ ଭଞ୍ଜଦେଓ ପ୍ରତିଶ୍ରୁତି ଦେଇଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ