ଓଡିଶା

odisha

ETV Bharat / state

ଭିଜିଲାନ୍ସ ଜାଲରେ ଯଶିପୁର ତହସିଲ କନିଷ୍ଠ କିରାଣୀ, ଜମି ପଟ୍ଟା କରାଇ ଦେବାକୁ ନେଉଥିଲେ 40 ହଜାର - ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ

ଜମି ପଟ୍ଟା କରାଇ ଦେବାକୁ କହି ତହସିଲ ଅଫିସର କନିଷ୍ଠ କିରାଣୀ 40 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଅଧିକ ପଢ଼ନ୍ତୁ

ଭିଜିଲାନ୍ସ ଜାଲରେ ଯଶିପୁର ତହସିଲ କନିଷ୍ଠ କିରାଣୀ, ଜମି ପଟ୍ଟା କରାଇ ଦେବାକୁ ନେଉଥିଲେ 55 ହଜାର
ଭିଜିଲାନ୍ସ ଜାଲରେ ଯଶିପୁର ତହସିଲ କନିଷ୍ଠ କିରାଣୀ, ଜମି ପଟ୍ଟା କରାଇ ଦେବାକୁ ନେଉଥିଲେ 55 ହଜାର

By

Published : Dec 2, 2022, 6:20 PM IST

Updated : Dec 2, 2022, 7:40 PM IST

ରାଇରଙ୍ଗପୁର: ଭିଜିଲାନ୍ସ ଜାଲରେ ତହସିଲ ଅଫିସର କନିଷ୍ଠ କିରାଣୀ । ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଜମି ପଟ୍ଟା କରାଇ ଦେବାକୁ କହି ନେଉଥିଲେ 40 ହଜାର ଟଙ୍କା ଲାଞ୍ଚ । କନିଷ୍ଠ କିରାଣୀ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ତହସିଲ ଅଫିସରେ କାର୍ଯ୍ୟରତ ଭାର୍ଗବ ଚନ୍ଦ୍ର ମହାକୁଡ଼ ।

ସୂଚନା ଅନୁସାରେ ଯଶିପୁର ବ୍ଲକ ଅନ୍ତର୍ଗତ କାଳିଆଣି ଗାଁର ଭୀଷ୍ମ ଚରଣ ହେମ୍ବ୍ରମଙ୍କ ଠାରୁ ଜମି ପଟ୍ଟା କରାଇ ଦେବାକୁ କହି 55 ହଜାର ଟଙ୍କା ଦାବି କରିଥିଲେ କନିଷ୍ଠ କିରାଣୀ । ତେବେ ପୂର୍ବରୁ କନିଷ୍ଠ କିରାଣୀ ଜଣକ ଭୀଷ୍ମଙ୍କ ଠାରୁ 15 ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଆଜି ଆଉ 40 ହଜାର ଟଙ୍କା ନେବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ଏନେଇ ପୂର୍ବରୁ ବାରିପଦା, ବାଲେଶ୍ୱର ଓ କେନ୍ଦୁଝର ଭିଜିଲାନ୍ସ ବିଭାଗକୁ ଖବର ଦେଇଥିଲେ ଭୀଷ୍ମ ।

ଆଜି ଭୀଷ୍ମ କନିଷ୍ଠ କିରାଣୀଙ୍କୁ 40 ହଜାର ଟଙ୍କା ଦେବା ସମୟରେ ପୂର୍ବରୁ ପ୍ରସ୍ତୁତ ରହିଥିବା ଭିଜିଲାନ୍ସ ବିଭାଗ ମାଡ଼ି ବସିଥିଲା । ଭାର୍ଗବ ମହାକୁଡ଼ଙ୍କ ଠାରୁ ଭିଜିଲାନ୍ସ ବିଭାଗ 40 ହଜାର ଲାଞ୍ଚ ଟଙ୍କା ଜବତ କରିବା ପରେ ଭାର୍ଗବଙ୍କୁ ନିଜ ହେପାଜତକୁ ନେଇଛି । ଭାର୍ଗବ ମଧ୍ୟ ପୂର୍ବରୁ ଭୀଷ୍ମଙ୍କ ଠାରୁ 15 ହଜାର ଟଙ୍କା ନେଇଥିବା ଭିଜିଲାନ୍ସ ଟିମ୍ ଆଗରେ ସ୍ବୀକାର କରିଛନ୍ତି । ଭାର୍ଗବଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ଅନ୍ତର୍ଗତ ଧଳପୁରରେ ହୋଇଥିବା ବେଳେ ସେ ଯଶିପୁର ତହସିଲ ଅଫିସରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଥିଲେ । ତେବେ ଭାର୍ଗବଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ବିଭାଗ ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Dec 2, 2022, 7:40 PM IST

ABOUT THE AUTHOR

...view details