ଓଡିଶା

odisha

ETV Bharat / state

ମା' ଦୁର୍ଗାଙ୍କ ମହାନବମୀ ପୂଜା, ଚଳଚଞ୍ଚଳ ବାରିପଦା - ମୟୂରଭଞ୍ଜ ଦୁର୍ଗା ପୂଜା

ବେଶ୍‌ ଧୁମଧାମରେ ପାଳିତ ହେଉଛି  ମା' ଦୁର୍ଗାଙ୍କ ମହାନବମୀ ପୂଜା। ଏନେଇ ଉତ୍ସବମୁଖର ହୋଇ ଉଠିଛି ବାରିପଦା ସହରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ।

ବାରିପଦା

By

Published : Oct 7, 2019, 8:43 PM IST

ବାରିପଦା: ଆଜି ଦୁର୍ଗତିନାସିନୀ ଦେଵୀ ମା' ଦୁର୍ଗାଙ୍କ ମହାନବମୀ ପୂଜା। ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବେଶ୍‌ ଧୁମଧାମରେ ପାଳିତ ହେଉଛି ମା' ଦୁର୍ଗାଙ୍କ ମହାନବମୀ ପୂଜା।

ବାରିପଦା ସହରରେ ମହାନବମୀ ପୂଜା


ଜିଲ୍ଲାର ସଦର ମହକୁମା ବାରିପଦା ସହରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପରେ ରୀତିନୀତି ଅନୁସାରେ ଚାଲିଛି ପୂଜାର୍ଚ୍ଚନା । ମା'ଙ୍କୁ ଟିକିଏ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରିବାକୁ ପେଣ୍ଡାଲଗୁଡିକରେ ଭକ୍ତମାନଙ୍କର ବେଶ୍‌ ଭିଡ ଜମୁଛି ।

ଧରାପୃଷ୍ଠରେ ଅବତରଣ କରିଥିବା କରୁଣାମୟୀ ମା'ଙ୍କୁ ସହର ବିଭିନ୍ନ ପୂଜାମଣ୍ଡପର କର୍ମକର୍ତ୍ତା ମାନେ ସୁନା, ଚାନ୍ଦିରେ ସଜେଇ ଦେଇଛନ୍ତି ।


ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details