ଓଡିଶା

odisha

ETV Bharat / state

ଅଗଣା ଖୁଣ୍ଟରେ ବନ୍ଦୀ ବୁଦ୍ଧିଆ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ - mayurbhanj news

ଅଗଣା ଖୁଣ୍ଟରେ ବନ୍ଧା ପଡିଛି ବୁଦ୍ଧିଆଙ୍କ ଜୀବନ । ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ବନ୍ଦୀ ଭାବେ ଜୀବନ ବିତାଉଛନ୍ତି ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ବ୍ଲକ ବଣକାଟି ପଞ୍ଚାୟତ ଡୁମୁରିଆ ଗ୍ରାମର ବୁଦ୍ଧିଆ ।

ଅଗଣା ଖୁଣ୍ଟରେ ବନ୍ଧା ପଡିଛି ବୁଦ୍ଧିଆର ଭାଗ୍ୟଡୋରୀ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ଅଗଣା ଖୁଣ୍ଟରେ ବନ୍ଧା ପଡିଛି ବୁଦ୍ଧିଆର ଭାଗ୍ୟଡୋରୀ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

By

Published : Jan 23, 2021, 3:12 PM IST

ବାରିପଦା: ଅଗଣା ଖୁଣ୍ଟରେ ବନ୍ଧା ପଡିଛି ବୁଦ୍ଧିଆଙ୍କ ଜୀବନ। ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ବନ୍ଦୀ ଭାବେ ଜୀବନ ବିତାଉଛନ୍ତି ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ବ୍ଲକ ବଣକାଟି ପଞ୍ଚାୟତ ଡୁମୁରିଆ ଗ୍ରାମର ବୁଦ୍ଧିଆ। ଦେଖିବା ଇ ଟି ଭି ଭାରତ ର ସ୍ପେଶାଲ ରିପୋର୍ଟ।

ଅଗଣା ଖୁଣ୍ଟରେ ବନ୍ଧା ପଡିଛି ବୁଦ୍ଧିଆର ଭାଗ୍ୟଡୋରୀ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଅଭିଶପ୍ତ ପାଲଟିଛି ବୁଦ୍ଧିଆର ଜୀବନ । ନା କିଛି ବୁଝିପାରୁଛି ନା କିଛି କହିପାରୁଛି । ଜୀବନର ମାନେ କଣ ବୁଝିବା ପୂର୍ବରୁ ହୋଇଯାଇଛି ସେ ନିଶବ୍ଦ। ଗୋଟେ ଦୌଡିର ଫାସ ଆଉ ବାଉଁଶ ଖୁଣ୍ଟ ପାଲଟିଛି ଭାଗ୍ୟର ଲେଖନୀ । ଅଗଣା ଖୁଣ୍ଟରେ ବନ୍ଧା ପଡିଛି ଜୀବନ । ଏ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ବ୍ଲକ ବଣକାଟି ଗ୍ରାମପଞ୍ଚାୟତ ଡୁମୁରିଆ ଗ୍ରାମର ବୁଦ୍ଧିଆ ବେହେରା । ବୁଦ୍ଧିଆର ଜନ୍ମ ପରେ ପୁଅଟିଏ ପାଇ ଖୁସିରେ ଆତ୍ମହରା ହୋଇଥିବା ମା ଏବେ ମାନସିକ ବିକାରଗ୍ରସ୍ତ ପୁଅକୁ ନେଇ ଦୁଃଖ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି। ବୁଦ୍ଧିଆର ଜନ୍ମ ପରେ ସବୁକିଛି ଠିକ ଠାକ ଥିଲା ତେବେ ବୟସ ବଢି଼ବା ପରେ ତାର ଶରୀରରେ ହଠାତ ଆରମ୍ଭ ହେଲା ପରିବର୍ତ୍ତନ। ଧୀରେ ଧୀରେ ମାନସିକ ସ୍ତରରେ ଅତ୍ୟନ୍ତ ବିଚଳିତ ଓ ଅଶାନ୍ତ ହୋଉପଡ଼ିଲା ବୁଦ୍ଧିଆ। ଅଜଣା ଲୋକଙ୍କୁ ଦେଖିଲେ ଜୋରରେ ପାଟି କରିବା ସହ ଦୌଡ଼ି ଖୋଲି ଦେଲେ ରାସ୍ତା ଉପରେ ଟ୍ରକ ସାମ୍ନାକୁ ଚାଲିଯାଉଛି ଆଉ ସେଇଥିପାଇଁ ବାପା ଆଉ ମା ଅଗଣା ଖୁଣ୍ଟରେ ବାନ୍ଧି ରଖିଛନ୍ତି ବୁଦ୍ଧିଆକୁ । ଆଉ ବୁଦ୍ଧିଆର ଚିକିତ୍ସା ପାଇଁ ଏବେ ଅର୍ଥ ସାଜିଛି ବାଧକ ।

ପରିବାର କହିଲେ ୬ ପ୍ରାଣୀ କୁଟୁମ୍ବ । ତେବେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ବୁଦ୍ଧିଆଙ୍କ ବାପା ବର୍ଷ ତମାମ ହାଡଭଙ୍ଗା ପରିଶ୍ରମ କରି ପରିବାର ପ୍ରତିପୋଷଣ କରନ୍ତି। ବୁଦ୍ଧିଆର ଚିକିତ୍ସା ପାଇଁ ବାରିପଦା ମେଡିକାଲରେ ଦେଖାଇଥିଲେ । ହେଲେ ଡାକ୍ତର ବୁଦ୍ଧିଆକୁ କଟକ ବଡ ମେଡିକାଲ ରେ ଦେଖାଇବାକୁ ପରାମର୍ଶ ଦେଇଛନ୍ତି। ଅର୍ଥାଭାବରୁ ବଡ ମେଡିକାଲ ନେଇପାରୁନାହାଁନ୍ତି ବୁଦ୍ଧିଆର ବାପା । ସେପଟେ ବୁଦ୍ଧିଆକୁ ଖୁବଶୀଘ୍ର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବାଙ୍ଗରିପୋଷି ବିଡ଼ିଓ ।

୧୯ ବର୍ଷୀୟ ବୁଦ୍ଧିଆର ବୟସ ବଢ଼ିବା ସହ ଦିନକୁ ଦିନ ବଢି ଚାଲିଛି ସମସ୍ୟା । ବୁଦ୍ଧିଆକୁ ସରକାରୀ ଭତ୍ତା ମିଳୁଥିବା ବେଳେ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details