ବାରିପଦା: ମୟୂରଭଞ୍ଜରୁ କୋଟାକୁ ଗଲା ବସ । ଲକଡାଉନ ପାଇଁ ରାଜସ୍ଥାନ କୋଟାରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ମୟୂରଭଞ୍ଜ ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଘରୋଇ ବସକୁ ପଠାଯାଇଛି।
ରାଜସ୍ଥାନର କୋଟାକୁ ବସ ପଠାଇଲା ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ - rajasthan kota news
ଲକଡାଉନ ପାଇଁ ରାଜସ୍ଥାନ କୋଟାରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ମୟୂରଭଞ୍ଜ ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଘରୋଇ ବସକୁ ପଠାଯାଇଛି। ଅଧିକ ପଢନ୍ତୁ...
![ରାଜସ୍ଥାନର କୋଟାକୁ ବସ ପଠାଇଲା ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ Mayurbhanj district administration sent bus to Kota in Rajasthan](https://etvbharatimages.akamaized.net/etvbharat/prod-images/768-512-7033276-thumbnail-3x2-mayurbhanj.jpg)
କୋରୋନା ପାଇଁ ଲକଡାଉନରେ ଦେଶ। ତାଲାବନ୍ଦ ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ଛାତ୍ରଛାତ୍ରୀ ମାନେ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି। ତେବେ ରାଜ୍ୟ ସରକାର ସେମାନଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ଛାତ୍ରଛାତ୍ରୀ ମାନେ ରାଜସ୍ଥାନ ରାଜ୍ୟର କୋଟା ଅଟକି ରହିଥିବା ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ କରିଛି । ବାରିପଦାରୁ ଏକ ଘରୋଇ ବସ ପଠାଯାଇଛି। ଛାତ୍ରଛାତ୍ରୀ ମାନେ ମୟୂରଭଞ୍ଜ ପହଞ୍ଚିବା ପରେ ସେମାନଙ୍କୁ କ୍ବାରେଣ୍ଟାଇନ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ