ବାରିପଦା: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଶିଶୁ ଅପହରଣ, ଦୁଷ୍କର୍ମ, ହତ୍ୟା ଓ ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ, ହତ୍ୟାକୁ ନେଇ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ମୟୂଭଞ୍ଜ ଜିଲ୍ଲା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ଏନେଇ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ ।
ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ଓ ହତ୍ୟା ମଧ୍ୟ ବଢି ଚାଲିଥିବା ବେଳେ ପୁଲିସର ନିଷ୍କ୍ରିୟତା ଅପରାଧୀମାନଙ୍କୁ ଅପରାଧ କରାଇବା କ୍ଷେତ୍ରରେ ଉତ୍ସାହିତ କରାଉଛି । ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପୋଲିସ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି ବୋଲି ଅଭିଯୋଗ କରିଛି ଦଳ ।