ଓଡିଶା

odisha

By

Published : Apr 23, 2022, 8:49 PM IST

ETV Bharat / state

ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଗାଡିକୁ ଭାଙ୍ଗିଲେ ଉତ୍ତ୍ୟକ୍ତ ଗ୍ରାମବାସୀ, ଅଳ୍ପକେ ବର୍ତ୍ତିଲେ ଭିନୀତ ଭରଦ୍ବାଜ

ବାରିପଦାରୁ ବାଙ୍ଗିରିପୋଷି ଯିବା ବେଳେ କୁଳିଅଣା ଥାନା ଏନ୍ଏଚ୍-୧୮ର ସୌରୀ ନିକଟରେ ଜିଲ୍ଲାପାଳଙ୍କ ଗାଡ଼ିକୁ ଉତ୍ତ୍ୟକ୍ତ ଲୋକଙ୍କ ପଥର ମାଡ । ଏଥିରେ ଜିଲ୍ଲାପାଳଙ୍କ ଗାଡ଼ି କାଚ ଭାଙ୍ଗିବା ସହିତ ଅଳ୍ପକେ ବର୍ତ୍ତିଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ

ରାସ୍ତାରୋକ ବେଳେ ଜିଲ୍ଲାପାଳଙ୍କ ଗାଡି ଭଙ୍ଗାରୁଜା
ରାସ୍ତାରୋକ ବେଳେ ଜିଲ୍ଲାପାଳଙ୍କ ଗାଡି ଭଙ୍ଗାରୁଜା

ବାରିପଦା:ବାରିପଦାରୁ ବାଙ୍ଗିରିପୋଷି ଯିବାବେଳେ କୁଳିଅଣା ଥାନା ଏନ୍ଏଚ୍-୧୮ର ସୌରୀ ନିକଟରେ ଜିଲ୍ଲାପାଳଙ୍କ ଗାଡ଼ିକୁ ଉତ୍ତ୍ୟକ୍ତ ଲୋକଙ୍କ ପଥର ମାଡ । ଏଥିରେ ଜିଲ୍ଲାପାଳଙ୍କ ଗାଡ଼ି କାଚ ଭାଙ୍ଗିବା ସହିତ ଅଳ୍ପକେ ବର୍ତ୍ତିଲେ ଜିଲ୍ଲାପାଳ । ପଞ୍ଚାୟତ ଗୃହ ନିର୍ମାଣ ସ୍ଥାନକୁ ନେଇ ଗ୍ରାମବାସୀଙ୍କ ଭିତରେ ବିବାଦ ଲାଗିଥିଲା । ବିବାଦ ସମାଧାନ ନହେବାରୁ କୁଳିଅଣା ଥାନା ଅନ୍ତର୍ଗତ ସୌରୀ ଛକ ନିକଟରେ ଜାତୀୟ ରାଜପଥ ଅବୋରାଧ କରିଛନ୍ତି ଜନସାଧାରଣ । ସୂଚନା ଅନୁସାରେ କୁଳିଆଣା ବ୍ଲକର ଭଗବାନପୁର ପଞ୍ଚାୟତର ପଞ୍ଚାୟତ ଗୃହ ନିର୍ମାଣ ଗ୍ରାମର ମଧ୍ୟ ସ୍ଥଳରେ ନହୋଇ ଗ୍ରାମ ଠାରୁ ବହୁ ଦୂର ନୂଆଗାଁ ଠାରେ ନିର୍ମାଣ ଚାଲିଥିଲା । ସେହି ସମୟରେ ଆଜି(ଶନିବାର) ଗ୍ରାମବାସୀ ନିର୍ମାଣ ସ୍ଥଳରେ ପହଞ୍ଚି କାର୍ଯ୍ୟ ବନ୍ଦ କରିଥିଲେ ।

ରାସ୍ତାରୋକ ବେଳେ ଜିଲ୍ଲାପାଳଙ୍କ ଗାଡି ଭଙ୍ଗାରୁଜା

କୁଳିଅଣା ବିଡ଼ିଓଙ୍କୁ ଏବିଷୟରେ ଅବଗତ କରିଥିଲେ ମଧ୍ୟ ଘଟଣାସ୍ଥଳକୁ କେହି ଅଧିକାରୀ ନପହଞ୍ଚିବାରୁ, ଉତ୍ତ୍ୟକ୍ତ ମନହରପୁର ଗ୍ରାମବାସୀ ସୌରୀ ନିକଟରେ ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ ଅବରୋଧ କରିଦେଇଥିଲେ । ଫଳରେ ଶହଶହ ଗାଡି ରାସ୍ତାର ଉଭୟ ପାର୍ଶ୍ଵରେ ଛିଡା ହୋଇ ରହିଥିବାର ଦେଖିବାକୁ ମିଳିଥିଲା । ତେବେ ରାସ୍ତାରୋକ ବେଳେ ଜିଲ୍ଲାପାଳ ବଡ ନୂଆଗାଁ ନିକଟ ଘଟଣାସ୍ଥଳ ଦେଇ ଯାଉଥିବା ବେଳେ ସ୍ଥାନୀୟ ଲୋକ ଜିଲ୍ଲାପାଳ ଗାଡିକୁ ଆକ୍ରମଣ କରିଥିଲେ । ଜିଲ୍ଲାପାଳଙ୍କ ଗାଡିର ପଛପଟ କାଚ ଭାଙ୍ଗି ଚୁରମାର ହେଇଯାଇଥିବାବେଳେ, ଦୀର୍ଘ ସମୟ ଧରି ଗାଡିକୁ ଅଟକ ରଖିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଜିଲ୍ଲାପାଳଙ୍କୁ ଘଟଣାସ୍ଥଳରୁ ନେଇଥିଲେ । ଘଟଣାସ୍ଥଳରେ ଏବେ ବି ଉତ୍ତେଜନା ଜାରି ରହିଥିବାବେଳେ ପୋଲିସ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରୁଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details