ରାଇରଙ୍ଗପୁର: ଶାନ୍ତିପୂର୍ଣ୍ଣ ଧାରଣରେ ରାଜରାସ୍ତାକୁ ଓହଲ୍ଲାଇଲା ମୟୂରଭଞ୍ଜ ଡ୍ରାଇଭର ସଙ୍ଘ । ରାଜ୍ୟବ୍ୟାପୀ ଷ୍ଟିୟରିଂ ଛାଡ଼ କରିବା ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘ ଆହ୍ବାନକ୍ରମେ ମୟୂରଭଞ୍ଜ ଜିଲ୍ଲା ଡ୍ରାଇଭର ସଂଘ ଧାରଣା ଦେଇଛି । ମୟୂରଭଞ୍ଜ ଜିଲ୍ଲାର ୧୮ ନମ୍ବର ଜାତୀୟ ରାଜପଥ ବାରିପଦା ସଦରର ପାଲବଣୀ ବାଇପାସ୍ ଛକରେ ଜାତୀୟ ରାଜପଥ କଡରେ ଧାରଣା ଦେଇଛି ଡ୍ରାଇଭର ସଙ୍ଘ । ୧୦ ଦଫା ଦାବି ନେଇ ଡ୍ରାଇଭରମାନେ ଷ୍ଟିୟରିଙ୍ଗ ଛାଡ଼ କରିବା ସହିତ ଜାତୀୟ ରାଜପଥ କଡରେ ବସି ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଡ୍ରାଇଭର ସଂଘ ସଭାପତି କହିଛନ୍ତି ।
୧୦ଗୋଟି ଦାବି ନେଇ ଗତବର୍ଷ ଡ୍ରାଇଭର ସଂଘ ଆନ୍ଦୋଳନ କରିଥିବା ବେଳେ ସେଥି ମଧ୍ୟରୁ ୮ଟି ଦାବିକୁ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଥିଲା । ତେବେ ଡ୍ରାଇଭର ସଙ୍ଘ ୧୦ ଦଫା ଦାବି ହେଉଛି । ବସ୍ ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ତିଆରି, ପ୍ରତି ୧୦୦ କିଲୋମିଟରରେ ବିଶ୍ରାମଗାର, ଶୌଚାଳୟ, ୫୫ ବର୍ଷ ପରେ ପେନସନ ଦାବି କରିଛନ୍ତି । ଏହାସହ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ୨୦ ଲକ୍ଷ, ଅକ୍ଷମ ହେଇଗଲେ ୧୦ ଲକ୍ଷ ସହ ଚିକିତ୍ସା ପାଇଁ ୫ଲକ୍ଷ ଦାବି କରିଛନ୍ତି ।