ଓଡିଶା

odisha

ETV Bharat / state

OSSC ବ୍ୟକ୍ତିଗତ ସହାୟକଙ୍କ ଦୁର୍ନୀତିରେ ବିଜେପିର ସିବିଆଇ ତଦନ୍ତ ଦାବି - ମୟୂରଭଞ୍ଜ ଖବର

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ କେଳେଙ୍କାରୀ ଘଟଣାରେ ସିବିଆଇ ତଦନ୍ତ ଦାବି କଲା ବିଜେପି । ଏହାକୁ ନେଇ ବୁଧବାର ମୟୂରଭଞ୍ଜ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବାରିପଦା ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଧିକ ପଢ଼ନ୍ତୁ...

OSSC ବ୍ୟକ୍ତିଗତ ସହାୟକଙ୍କ ଦୁର୍ନୀତିରେ ବିଜେପିର ସିବିଆଇ ତଦନ୍ତ ଦାବି
OSSC ବ୍ୟକ୍ତିଗତ ସହାୟକଙ୍କ ଦୁର୍ନୀତିରେ ବିଜେପିର ସିବିଆଇ ତଦନ୍ତ ଦାବି

By

Published : Aug 4, 2021, 9:24 PM IST

ବାରିପଦା: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ କେଳେଙ୍କାରୀ ଘଟଣାରେ ସିବିଆଇ ତଦନ୍ତ ଦାବି କଲା ବିଜେପି । ଏହାକୁ ନେଇ ବୁଧବାର ମୟୂରଭଞ୍ଜ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବାରିପଦା ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ବ୍ୟକ୍ତିଗତ ସହାୟକଙ୍କ ଘରେ ଭିଜିଲାନ୍ସ ଚଢା଼ଉ କରିଥିଲା । ଚଢ଼ାଉ ସମୟରେ ବ୍ୟକ୍ତିଗତ ସହାୟକଙ୍କ ଘରୁ କୋଟିକୋଟି ନଗଦ ଟଙ୍କା ସହ ସୁନା ଅଳଙ୍କାର ଜବତ କରିଥିଲା ଭିଜିଲାନ୍ସ ।

OSSC ବ୍ୟକ୍ତିଗତ ସହାୟକଙ୍କ ଦୁର୍ନୀତିରେ ବିଜେପିର ସିବିଆଇ ତଦନ୍ତ ଦାବି

ଏହାପରେ ବ୍ୟକ୍ତିଗତ ସହାୟକ ବିରଞ୍ଚି ସାହୁଙ୍କ ଗଚ୍ଛିତ କଳାଟଙ୍କାର ସାମ୍ରାଜ୍ୟ ଉଜାଗର ହୋଇଥିଲା । ଏଥିରେ ଆହୁରି ଅନେକ କର୍ମଚାରୀ ଓ ଅଧିକାରୀ ସଂପୃକ୍ତି ଥିବା ଅଭଯୋଗ କରିଛି ବିଜେପି । ଏହି ମହାଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଛି ବିଜେପି । ଏହି ପରିପ୍ରେକ୍ଷୀରେ ଆଜି(ବୁଧବାର) ବାରିପଦାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୋଷ୍ଟର ମଧ୍ୟ ଦାହ କରିଛନ୍ତି କର୍ମୀ ।

ସେପଟେ ଏହି ଘଟଣାକୁ ନେଇ OSSC ବ୍ୟକ୍ତିଗତ ସହାୟକ ବିରଞ୍ଚି ସାହୁଙ୍କୁ ୪ ଦିନିିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ ବିଭାଗ । ଏହି ମାମଲାରେ ଆହୁରି ଅଧିକ ଲୋକଙ୍କ ନାମ ପଦାକୁ ଆସିବ ବୋଲି ସନ୍ଦେହ କରାଯାଉଛି ।



ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details