ଓଡିଶା

odisha

By

Published : Jun 3, 2022, 10:26 PM IST

ETV Bharat / state

ମୟୁରଭଞ୍ଜ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର କୁଡୁମୀ ଭବନ ଠାରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ବିତୀୟ ପାଳିର ତୃତୀୟ ବର୍ଷ ପୂରଣ ଅବସରରେ କେନ୍ଦ୍ର ସରକାର ଗରିବ କଲ୍ୟାଣ ପାଇଁ ନେଇଥିବା ବିଭିନ୍ନ ଉନ୍ନୟନ ମୂଳକ ପଦକ୍ଷେପ ଗୁଡିକ ଜନସାଧାରଣ ଙ୍କ ପାଖକୁ ଠିକ ଭାବରେ ପହଁଞ୍ଚି ପାରୁଛି କି ନାହିଁ । ସେନେଇ ବିଜେପି ଘରକୁ ଘର ଯାଇ ଅନୁଧ୍ୟାନ କରିବ । ଅଧିକ ପଢନ୍ତୁ

ମୟୁରଭଞ୍ଜ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ମୟୁରଭଞ୍ଜ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର କୁଡୁମୀ ଭବନ ଠାରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ବିତୀୟ ପାଳିର ତୃତୀୟ ବର୍ଷ ପୂରଣ ଅବସରରେ କେନ୍ଦ୍ର ସରକାର ଗରିବ କଲ୍ୟାଣ ପାଇଁ ନେଇଥିବା ବିଭିନ୍ନ ଉନ୍ନୟନ ମୂଳକ ପଦକ୍ଷେପ ଗୁଡିକ ଜନସାଧାରଣ ଙ୍କ ପାଖକୁ ଠିକ ଭାବରେ ପହଁଞ୍ଚି ପାରୁଛି କି ନାହିଁ ସେନେଇ ବିଜେପି ଘରକୁ ଘର ଯାଇ ଅନୁଧ୍ୟାନ କରିବ ।

ମୟୁରଭଞ୍ଜ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର କୁଡୁମୀ ଭବନ ଠାରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ବିତୀୟ ପାଳିର ତୃତୀୟ ବର୍ଷ ପୂରଣ ଅବସରରେ କେନ୍ଦ୍ର ସରକାର ଗରିବ କଲ୍ୟାଣ ପାଇଁ ନେଇଥିବା ବିଭିନ୍ନ ଉନ୍ନୟନ ମୂଳକ ପଦକ୍ଷେପ ଗୁଡିକ ଜନସାଧାରଣ ଙ୍କ ପାଖକୁ ଠିକ ଭାବରେ ପହଁଞ୍ଚି ପାରୁଛି କି ନାହିଁ । ସେନେଇ ବିଜେପି ଘରକୁ ଘର ଯାଇ ଅନୁଧ୍ୟାନ କରିବ ।

ବିଜେପିର ସାତୋଟି ମୋର୍ଚ୍ଚା ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଏହି ଅନୁଧ୍ୟାନ କାର୍ଯ୍ୟରେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ବିଜେପି ଜିଲ୍ଲା ସଭାପତି ତଥା ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ । ଉକ୍ତ କାର୍ଯ୍ୟକ୍ରମରେ ଜଶୀପୁର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆ, ରାଜ୍ୟ ସମ୍ପାଦକ ନବୀନ ରାମ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଶାନ ମିଶ୍ର, ରାଜ୍ୟ ଓବିସି ମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ଚର୍ଚିଲ ମହାକୁଡ, ଗରିବ କଲ୍ୟାଣ ସମ୍ମିଳନୀ ଅଭିଯାନର ଜିଲ୍ଲା ସଂଯୋଜକ କୃପାସିନ୍ଧୁ ମହାନ୍ତ, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଘାସିରାମ ସାହୁ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର, ମୟୁରଭଞ୍ଜ

ABOUT THE AUTHOR

...view details