ଓଡିଶା

odisha

ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିବାଦ: ମୁଖ୍ୟମନ୍ତ୍ରୀଙ୍କ ନାଁରେ ବହଳଦା ବିଜେପିର ଏତଲା - ମୁଖ୍ୟମନ୍ତ୍ରୀ ନାଁରେ ବହଳଦା ବିଜେପିର ଏତଲା

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାରଙ୍କ ଚଞ୍ଚକତାକୁ ନେଇ ମୟୂରଭଞ୍ଜ ବହଳଦା ବିଜେପିର ବିକ୍ଷୋଭ । ମୁଖ୍ୟମନ୍ତ୍ରୀଙ୍କ ନାଁରେ ଥାନାରେ ଏତଲା ଦେଲା ଦଳ । ଅଧିକ ପଢନ୍ତୁ...

mayurbhanj bahalada bjp protest against state goverment
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିବାଦ: ମୁଖ୍ୟମନ୍ତ୍ରୀଙ୍କ ନାଁରେ ବହଳଦା ବିଜେପିର ଏତଲା

By

Published : Jan 5, 2021, 3:47 PM IST

ରାଇରଙ୍ଗପୁର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିବାଦକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଥାନାରେ ଏତଲା ଦେଲା ବିଜେପି । ମୟୂରଭଞ୍ଜ ଜିଲ୍ଲା ବହଳଦା ବିଜେପି ପକ୍ଷରୁ ରାଜ୍ୟ ସରକାର ଚଞ୍ଚକତା କରି କେନ୍ଦ୍ର ସରକାରଙ୍କ ଯୋଜନା ହଡପ କରାଯିବା ଅଭିଯୋଗରେ ବିକ୍ଷୋଭ ପ୍ରଦର୍ଶନ କରବା ସହ ବହଳଦା ଥାନାରେ ମଙ୍ଗଳବାର ଏତଲା ଦାୟର ହୋଇଛି ।

କେନ୍ଦ୍ର ସରକାର 2022 ସୁଦ୍ଧା ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେବାକୁ ଲକ୍ଷ୍ୟ ରଖି ଲୋକଙ୍କୁ ପକ୍କାଘର ଯୋଗାଉଥିବାବେଳେ ରାଜ୍ୟ ସରକାର ଚଞ୍ଚକତା କରି ଇନ୍ଦିରା ଆବାସ ଗୃହ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ପକ୍କା ଘରଗୁଡିକରେ ବିଜୁ ପକ୍କାଘର ଷ୍ଟିକର ମାରି ରାଜ୍ୟ ସରକାରଙ୍କ ଯୋଜନାରେ ଏହି ଗୃହଗୁଡିକ ଯୋଗାଇ ଦିଆଯାଉଥିବା ଦର୍ଶାଇବାକୁ ଚେଷ୍ଟା କରୁଛନ୍ତି । ରାଜ୍ୟ ସରକାରଙ୍କ ଏପରି ଭାବେ ଯୋଜନା ହଡପ କରାଯିବା ବିରୁଦ୍ଧରେ ବହଳଦା ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଆଇପିସି 420 ଧାରାରେ ମାମଲା ରୁଜୁ କରାଯିବ ସହ ମକଦ୍ଦମା ଦାୟର ପାଇଁ ଦାବି ହୋଇଛି ।

ବିକ୍ଷୋଭ ସମୟରେ ବହଳଦା ବ୍ଲକ କାର୍ଯ୍ୟାଳୟ ପରିସରରେ ବିଜୁ ପକ୍କାଘର ଷ୍ଟିକର ଲଗାଯିବାକୁ ହୋଇଥିବା ଚିଠି ପୋଡା ଯାଇଛି । ଏହାସହ ବହଳଦା ସମବାୟ ସମିତି ଲ୍ୟାମ୍ପସରେ ଚାଷୀଙ୍କ ଠାରୁ ଧାନ କିଣା ଯାଉଥିବାବେଳେ କ୍ବିଣ୍ଟାଲ ପ୍ରତି 1 ହଜାର 868 ଟଙ୍କା ଦର ଠାରୁ କମ ଦିଆଯାଉଥିବା ଓ ପ୍ରତି କ୍ବିଣ୍ଟାଲରେ 8 ପ୍ରତିଶତ ଧାନ କାଟଛାଣ୍ଟ କରାଯାଉଥିବା ନେଇ ଏହା ବିରୁଦ୍ଧରେ ଲ୍ୟାମ୍ପସ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛି ବିଜେପି । ଉଚିତ ମୂଲ୍ୟ ପ୍ରଦାନ କରାଯିବା ସହିତ ବିନା କଟନୀ ଛଟନୀରେ ଧାନ କିଣାଯିବାକୁ ଦାବି ହୋଇଛି । ଏଥିରେ ମଣ୍ଡଳ ସଭାପତି ଶ୍ରୀକାନ୍ତ ମହାନ୍ତ ଓ ମାଧବ ମହାପାତ୍ର ସମେତ ବହୁ ବରିଷ୍ଠ ବିଜେପି ନେତା ଏବଂ କାର୍ଯ୍ୟକର୍ତ୍ତା ଯୋଗ ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details