ଓଡିଶା

odisha

ETV Bharat / state

ମୟୂରଭଞ୍ଜରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ - first dengue patient identified

ମୟୂରଭଞ୍ଜ ଜିଲ୍ଲାରେ ଚଳିତ ବର୍ଷର ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି । ଜିଲ୍ଲାର ସଲମା ମୁର୍ମୁ ଡେଙ୍ଗୁରେ ଆକ୍ରାନ୍ତ ଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

By

Published : Oct 1, 2019, 8:04 PM IST

ରାଇରଙ୍ଗପୁର: ଚଳିତ ବର୍ଷ ମୟୂରଭଞ୍ଜ ଜିଲ୍ଲାର ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ । ତିରିଂ ବ୍ଲକ ଅନ୍ତର୍ଗତ ବଡନାରାଣି ଗାଁର ସଲମା ମୁର୍ମୁ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତାଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସ୍ବାସ୍ଥବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁଯାୟୀ, ଗତ କିଛି ମାସ ତଳେ ସଲମା କାମ ପାଇଁ ଝାଡଖଣ୍ଡର ଆଦିତ୍ୟପୁର ଅଞ୍ଚଳକୁ ଯାଇଥିଲେ । ସେଠାରେ କିଛି ଦିନ ଧରି ତାଙ୍କୁ ଜ୍ବର ହୋଇଥିଲା । ଜ୍ବର ଭଲ ନ ହେବାରୁ ରକ୍ତ ପରୀକ୍ଷା କରିଥିଲେ । ରକ୍ତ ପରୀକ୍ଷାରୁ ତାଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡିଥିଲା । ସେଠାରୁ ଚାଲିଆସି ସେ ପ୍ରଥମେ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ପିଆରଏମକୁ ସ୍ଥାନାନ୍ତର କରାଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details