ଓଡିଶା

odisha

ETV Bharat / state

ଫ୍ଲିପକାର୍ଟ ନାଁରେ 2 ଲକ୍ଷ ଚଳୁ କଲା ମାଷ୍ଟର ମାଇଣ୍ଡ, ମାଡି ବସିଲା ପୋଲିସ - ମୟୂରଭଞ୍ଜ ଖବର

ଫ୍ଲିପକାର୍ଟ କମ୍ପାନୀକୁ ଠକେଇ ଅଭିଯୋଗରେ ମାଷ୍ଟର ମାଇଣ୍ଡ ଗିରଫ । ଆଠଟି ମୋବାଇଲ ଫୋନ ଜବତ । ଅଧିକ ପଢନ୍ତୁ...

ଫ୍ଲିପକାର୍ଟ କମ୍ପାନୀକୁ ଠକେଇ ଅଭିଯୋଗରେ ମାଷ୍ଟର ମାଇଣ୍ଡ ଗିରଫ; ଆଠଟି ମୋବାଇଲ ଜବତ
ଫ୍ଲିପକାର୍ଟ କମ୍ପାନୀକୁ ଠକେଇ ଅଭିଯୋଗରେ ମାଷ୍ଟର ମାଇଣ୍ଡ ଗିରଫ; ଆଠଟି ମୋବାଇଲ ଜବତ

By

Published : Sep 10, 2021, 1:42 PM IST

ରାଇରଙ୍ଗପୁର : ଫ୍ଲିପକାର୍ଟ କମ୍ପାନୀକୁ ଠକେଇ ଅଭିଯୋଗରେ ମାଷ୍ଟର ମାଇଣ୍ଡ ଗିରଫ । ଆଠଟି ମୋବାଇଲ ଫୋନ ଜବତ ହୋଇଛି । ଏହାସହ ମାଷ୍ଟର ମାଇଣ୍ଡକୁ ଗିରଫ କରି କୋର୍ଟ ଚାଲାଣ କରିଛି କରଞ୍ଜିଆ ଥାନା ପୋଲିସ।

ଫ୍ଲିପକାର୍ଟ କମ୍ପାନୀକୁ ଠକେଇ ଅଭିଯୋଗରେ ମାଷ୍ଟର ମାଇଣ୍ଡ ଗିରଫ; ଆଠଟି ମୋବାଇଲ ଜବତ

ସୂଚନା ଅନୁସାରେ, ଗତ ୬ତାରିଖ ଫ୍ଲିପକାର୍ଟର ଭୁବନେଶ୍ୱର ଶାଖା ପକ୍ଷରୁ ଏକ ଠକେଇ ଘଟଣା ନେଇ କରଞ୍ଜିଆ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଆଧାର କରି କରଞ୍ଜିଆ ପୋଲିସ ତଦନ୍ତ ଆରମ୍ଭ କରିବା ପରେ ଠକେଇ ଘଟଣାର ସାଙ୍ଘାତିକ ସତ ସାମ୍ନାକୁ ଆସିଥିଲା। ଜାଲ ଇମେଲ ଆଇଡି ଓ ୟୁଜର ଆଇଡିରେ ପ୍ରଥମେ ଗ୍ରାହକଙ୍କୁ ଜିନିଷ ଯୋଗାଇ , ପରବର୍ତ୍ତୀ ସମୟରେ କମ୍ପାନୀ ପକ୍ଷରୁ ଉପଲବ୍ଧ ହେଉଥିବା ରିଟର୍ଣ୍ଣ ପଲିସିର ସହାୟତାରେ ସମୁଦାୟ ଠକେଇ ଚାଲିଥିଲା ବୋଲି ସୂଚନା ଦେଇଛନ୍ତି କରଞ୍ଜିଆ ଥାନାଧିକାରୀ।

କ୍ୟାସବ୍ୟାକ ଭଳି ଲୋଭନୀୟ ଅଫର ଦେଇ ପ୍ରଥମେ ନିଜ ମୋବାଇଲରେ ଗ୍ରାହକଙ୍କ ଜିନିଷ ଅର୍ଡର କରିବା ଓ ପରେ ଗ୍ରାହକଙ୍କ ଅଜ୍ଞାତରେ ସମ୍ପୃକ୍ତ ଜିନିଷ ନିମ୍ନମାନର ଦର୍ଶାଇ ରିଟର୍ଣ୍ଣ ପଲିସି ଜରିଆରେ କମ୍ପାନୀଠୁ ନିଜ ଆକାଉଣ୍ଟ ଦ୍ୱାରା ଦୁର୍ବୃର୍ତ୍ତ ଟଙ୍କା ହଡ଼ପ କରି ନେଉଥିଲା ବୋଲି ସୂଚନା ମିଳିଛି । ତେବେ ଏହି ଠକେଇ ଘଟଣାରେ ଗିରଫ ହୋଇଥିବା ଯୁବକ ଜଣକ କେନ୍ଦୁଝରର ସୁଆଁଲ ଗାଁର ରଞ୍ଜନ କୁମାର ସାହୁ ବୋଲି ଜଣାପଡିଛି। ତେବେ ଅଭିଯୁକ୍ତ ନିକଟରୁ ୮ଟି ମୋବାଇଲ ଫୋନକୁ ପୋଲିସ ଜବତ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ୫୨ ହଜାର ଠକେଇ ହୋଇଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details