ଓଡିଶା

odisha

ETV Bharat / state

ମୃତ ହାତୀଛୁଆର ସଦ୍‌ଗତି ପାଇଁ ସମୂହ ମୁଣ୍ଡନ - ବିଶ୍ବ ହସ୍ତୀ ଦିବସ

ଆଜି ବିଶ୍ବ ହସ୍ତୀ ଦିବସ । ମୃତ ହାତୀ ଛୁଆର ସଦଗତି ପାଇଁ ସମୂର୍ଣ୍ଣ ରୀତିନୀତି ଅନୁଯାୟୀ ଦଶହ ଓ ଏକାଦଶ ପାଳିଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ମୃତ ହାତୀଛୁଆର ସଦ୍‌ଗତି ପାଇଁ ସମୂହ ମୁଣ୍ଡନ ହେଲେ ଗ୍ରାମବାସୀ
ମୃତ ହାତୀଛୁଆର ସଦ୍‌ଗତି ପାଇଁ ସମୂହ ମୁଣ୍ଡନ ହେଲେ ଗ୍ରାମବାସୀ

By

Published : Aug 12, 2023, 10:27 PM IST

ମୃତ ହାତୀଛୁଆର ସଦ୍‌ଗତି ପାଇଁ ସମୂହ ମୁଣ୍ଡନ ହେଲେ ଗ୍ରାମବାସୀ

ରାଇରଙ୍ଗପୁର: ଆଜି ସମଗ୍ର ବିଶ୍ଵରେ ପାଳନ କରାଯାଉଛି ବିଶ୍ଵ ହସ୍ତୀ ଦିବସ । ତେବେ ମଣିଷ ଏବଂ ହାତୀ ମଧ୍ୟରେ ସୁ-ସମ୍ପର୍କ ସ୍ଥାପନ ପାଇଁ ପ୍ରତି ବର୍ଷ ପାଳନ କରା ଯାଇଥାଏ ବିଶ୍ବ ହସ୍ତୀ ଦିବସ । ଏହାରି ଭିତରେ ହାତୀ ଏବଂ ମଣିଷ ଭିତରେ ଥିବା ନିବିଡ ସମ୍ପର୍କ ଦର୍ଶାଇ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ଜାମୁତି ଗାଁ । ଆଦିବାସୀ ଅଧ୍ୟୁଷିତ ଏହି ଗାଁଟି ଉପାନ୍ତଅଞ୍ଚଳ ହୋଇଥିବାରୁ ପ୍ରକୃତି ସହ ରହିଛି ଗ୍ରାମବାସୀଙ୍କ ନିବିଡ ସମ୍ପର୍କ । ତେଣୁ ବିଶ୍ବ ହସ୍ତୀ ଦିବସ ଅବସରରେ ମୃତ ହାତୀଛୁଆ ପାଇଁ ସାମୂହିକ ମୁଣ୍ଡନ କରିଛନ୍ତି ଗ୍ରାମବାସୀ । ଏହି ଜାମୁତି ଗାଁଟି ମୟୂରଭଞ୍ଜ ଜିଲ୍ଲାର ରରୁଆଁ ବ୍ଲକ ଅନ୍ତର୍ଗତ ।

ଗତ କିଛି ଦିନ ପୂର୍ବରୁ ମୟୁରଭଞ୍ଜର କରଞ୍ଜିଆ ବନଖଣ୍ଡକୁ ଆସିଥିଲେ ୨୩ ଟିକିଆ ହାତୀପଲ। କିଛି ଦିନ କରଞ୍ଜିଆ ବନ ଖଣ୍ଡରେ ରହିଲା ପରେ ଝାଡ଼ଖଣ୍ଡ ରାଜ୍ୟକୁ ଚାଲିଯାଇଥିଲେ । ହେଲେ ଜାମୁତି ଗାଁ ନିକଟରେ ୩ ମାସର ଅସୁସ୍ଥ ହାତୀ ଛୁଆକୁ ଛାଡି ଚାଲି ଯାଇଥିଲା ହାତୀପଲ । ତେବେ ଚଳିତ ମାସ ୧ ତାରିଖ ରେ ଅସୁସ୍ଥ ହାତୀ ଛୁଆକୁ ଗ୍ରାମବାସୀ ଉଦ୍ଧାର କରି କରଞ୍ଜିଆ ବନବିଭାଗକୁ ହସ୍ତାନ୍ତର କରିଥିଲେ । ବନବିଭାଗ ହାତୀ ଛୁଆଟିକୁ ସୁସ୍ଥ କରିବା ପାଇଁ ପ୍ରାଣୀ ଚିକିତ୍ସିକଙ୍କ ସହାୟତା ନେବା ସହିତ ଅକ୍ଲାନ୍ତ ପରିଶ୍ରମ କରିଥିଲେ ।

ଏହା ବି ପଢନ୍ତୁ: ଶେଷରେ ଆଖି ବୁଜିଲା 3ମାସର ଅସୁସ୍ଥ ହାତୀ ଛୁଆ, ବଞ୍ଚାଇ ପାରିଲାନି ବନବିଭାଗ

ହେଲେ ବନବିଭାଗ ହାତୀ ଛୁଆଟିକୁ ବଞ୍ଚାଇ ପାରି ନଥିଲେ। ଶେଷରେ ଗତ ୨ ତାରିଖ ସକାଳୁ ହାତୀ ଛୁଆଟିର ଜୀବନଚାଲି ଯାଇଥିଲା । ହାତୀ ଛୁଆର ମୃତ୍ୟୁର ଖବର ଗାଁ ଲୋକମାନେ ଜାଣିବା ପରେ ଜାମୁତି ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା। ପରେ ବନବିଭାଗ ପକ୍ଷରୁ ହାତୀ ଛୁଆର ଶେଷକୃତ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ଜାମୁତୀ ଗାଁରେ ସମ୍ପନ୍ନ କରାଯାଇଥିଲା । ସେହି ଗାଁରେ ହାତୀକୁ ଲକ୍ଷ୍ମୀ ଭାବେ ପୂଜା କରନ୍ତି। ତେଣୁ ଗତକାଲି ଶୁକ୍ରବାର ଦିନ ମୃତ ହାତୀ ଛୁଆର ଦଶାହ ପାଳନ କରିଛନ୍ତି ଗ୍ରାମବାସୀ । ମୃତ ହାତୀ ଛୁଆଟିର ସଦ୍‌ଗତି ପାଇଁ ଗତକାଲି(ଶୁକ୍ରବାର) ପୂର୍ବାହ୍ନ ସମୟରେ ଗାଁର ଅନେକ ଲୋକ ମୁଣ୍ଡନ ହୋଇ ତିଳତର୍ପଣ କରିଥିଲେ। ପରେ ଆଜି ଏକାଦଶାହ ଭୋଜି ଆୟୋଜନ କରିଥିଲେ ଗ୍ରାମବାସୀ । ତେବେ ଏହି ଘଟଣାଟି ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details