ବାରିପଦା: ମାସ୍କ ଓ ହେଲମେଣ୍ଟ ଚେକିଂ ବେଳେ ପୋଲିସ ମାଡରେ ଯୁବକ ଗୁରୁତର । ବାରିପଦା ଟାଉନ ଥାନା ଅନ୍ତର୍ଗତ ପାଲବଣୀ ଗୋଲୋଇ ଠାରେ ପୋଲିସ ପକ୍ଷରୁ ମାସ୍କ ଓ ହେଲିମେଣ୍ଟ ଚେକିଂ ବେଳେ ପୋଲିସର ଲାଠି ମାଡରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କ ଆଖିରେ ଗଭୀର ଆଘାତ ଲାଗିଥିବା ଅଭିଯୋଗ ହୋଇଛି ।
ମାସ୍କ ଏବଂ ହେଲମେଣ୍ଟ ଚେକିଂ କରୁଥିବା ସମୟରେ ପୋଲିସର ଜୁଲମରେ ଜଣେ 21 ବର୍ଷୀୟ ଯୁବକଙ୍କ ଆଖିରେ ଗଭୀର ଆଘାତ ଲାଗିଛି ।
ସୂଚନା ଅନୁସାରେ, ଗତ ୨୭ତାରିଖ ରାତି 10 ଟା ସମୟରେ ବାରିପଦା ସହରର ପାଲବଣି ଗୋଲେଇ ନିକଟରେ ପୋଳିସ ପକ୍ଷରୁ ମାସ୍କ ଏବଂ ହେଲମେଣ୍ଟ ଚେକିଂ ଆରମ୍ଭ ହୋଇଥିଲା । ସେହିସମୟରେ ବାରିପଦା ସହରର ୱାଡ଼ ନଂ-25 ଛାଞ୍ଚ ଅଞ୍ଚଳରେ ରହୁଥିବା ସିପୁ ଦାସ ମେଡିସିନ ଆଣିବାକୁ ଯାଇଥିଲେ । ମାତ୍ର ସେ ପଇସା ନେବାକୁ ଭୁଲିଯାଇ, ପରେ ସେ ନିଜର ଏକ ବନ୍ଧୁଙ୍କ ସହ ବାଇକରେ ବସି ଘରକୁ ଫେରୁଥିବା ସମୟରେ ହଠାତ୍ ରାସ୍ତାରେ ପୋଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା ।