ଓଡିଶା

odisha

ନିଆଁରେ ପୋଡି ମହିଳାଙ୍କ ମୃତ୍ୟୁ, ହତ୍ୟା ସନ୍ଦେହ

By

Published : Sep 30, 2020, 9:23 PM IST

Updated : Sep 30, 2020, 10:46 PM IST

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ହାଟବାଦଡା ଅଞ୍ଚଳରେ ଏକ ଅଘଟଣ । ନିଆଁରେ ପୋଡି ମହିଳାଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚ ତଦନ୍ତ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

ନିଆଁରେ ପୋଡି ମହିଳାଙ୍କ ଶୋଚନୀୟ ମୃତ୍ୟୁ, ହତ୍ୟା ସନ୍ଦେହ
ନିଆଁରେ ପୋଡି ମହିଳାଙ୍କ ଶୋଚନୀୟ ମୃତ୍ୟୁ, ହତ୍ୟା ସନ୍ଦେହ

ରାଇରଙ୍ଗପୁର: ନିଆଁରେ ପୋଡି ହୋଇ ମହିଳାଙ୍କ ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ହାଟବାଦଡା ଅଞ୍ଚଳରେ ଏହି ଅଘଟଣ ଘଟିଛି। ମହିଳା ନିଜେ କିରୋସିନ ଢାଳି ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି ।

ନିଆଁରେ ପୋଡି ମହିଳାଙ୍କ ଶୋଚନୀୟ ମୃତ୍ୟୁ, ହତ୍ୟା ସନ୍ଦେହ

ସୂଚନା ଅନୁସାରେ ଦୀର୍ଘ ୧୧ ବର୍ଷ ପୂର୍ବେ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡରୁ ପଦ୍ମିନୀ ସାହୁକୁ ହାଟବାଦଡା ଅଞ୍ଚଳର ଚନ୍ଦନ ସାହୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରଠାରୁ ପାରିବାରିକ କଳହ ଲାଗି ରହିଥିଲା। ଘରେ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ସୋମବାର ଘରେ ପାଟିତୁଣ୍ଡ ହୋଇଥିଲା। ମୃତ ମହିଳାଙ୍କ ସ୍ବାମୀ ଦୋକାନ ସଉଦା କିଣିବାକୁ ଟାଟା ଯାଇଥିବା ସମୟରେ ଏହାର ସୁଯୋଗ ନେଇ ମଙ୍ଗଳବାର ସନ୍ଧ୍ୟା ସମୟରେ ଗାଧୁଆ ଘରେ ନିଜ ଦେହରେ କିରୋସିନ ଢାଳି ଜଳି ପୋଡ଼ି ଯାଇଥିବା ପରିବାର ଲୋକେ କହିଛନ୍ତି ।

ଘଟଣା ସ୍ଥଳରେ ରାଇରଙ୍ଗପୁର ଉପଖଣ୍ଡ ପୋଲିସ ଅଧିକାରୀ ସ୍ନେହାଶିଷ ସାହୁ, ରାଇରଙ୍ଗପୁର ସଦର ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିବା ସହିତ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପଠାଇଛନ୍ତି। ସେପଟେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସାଇଣ୍ଟିଫିକ ଟିମ୍ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଜଣାପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା,ଇଟିଭି ଭାରତ

Last Updated : Sep 30, 2020, 10:46 PM IST

ABOUT THE AUTHOR

...view details