ବାରିପଦା:କଡାସୁରକ୍ଷା ଭିତରେ ବାରିପଦାରେ ପହଞ୍ଚିଲା ଦୁର୍ଦ୍ଦାନ୍ତ ମାଓବାଦୀ ଶମ୍ଭୁ । ୨୦୦୯ ମସିହାରେ ତତକାଳୀନ ମୟୂରଭଞ୍ଜ ସଂସଦ ସୁଦାମ ମାର୍ଣ୍ଡିଙ୍କ ଶୋଭା ଯାତ୍ରାରେ ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତି ଥିଲା । ଶମ୍ଭୁକୁ କୋର୍ଟରେ ହାଜର କରିଛି ପୋଲିସ ।
ପଶ୍ଚିମବଙ୍ଗ ଦମଦମ ଅଞ୍ଚଳର କୁଖ୍ୟାତ ମାଓବାଦୀ ଶମ୍ଭୁ ମୁର୍ମୁ ଓରଫ୍ ବାଣେଶ୍ବର ମୁର୍ମୁକୁ ବାରିପଦା କୋର୍ଟ ଅଣାଯାଇଛି । ଜି.ଆର. କେସ ୧୧୮୭/୦୯ ନମ୍ବର ମାମଲାରେ ଜାରି ହୋଇ ଥିବା ୱାରେଣ୍ଟ ଆଧାରରେ ଆଜି ପଶ୍ଚିମବଙ୍ଗ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଶମ୍ଭୁକୁ ବାରିପଦା ପଠାଯାଇଛି । ୨୦୦୯ ମସିହାରେ ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ବଣ୍ଡାବ ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତି ଥିବା ଜଣାପଡ଼ିଛି ।