ରାଇରଙ୍ଗପୁର :କୁସୁମ ଓ ପଣସ ଖାଇ ହସ୍ପିଟାଲରେ ଭର୍ତ୍ତି ହେଲେ କୁକୁଡିମୁଣ୍ଡି ଆଶ୍ରମ ବିଦ୍ୟାଳୟ ହଷ୍ଟେଲର ୧୩ ଛାତ୍ର । ଜ୍ବର ଓ ଝାଡ଼ାବାନ୍ତିରେ ପିଡ଼ିତ ହେବାପରେ ହସ୍ପିଟାଲରେ ଏବେ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ କୁକୁଡିମୁଣ୍ଡି ଆଶ୍ରମ ବିଦ୍ୟାଳୟର ହଷ୍ଟେଲର ଛାତ୍ର ।
କୁସୁମ ଓ ପଣସ ଖାଇ ହସ୍ପିଟାଲରେ ଭର୍ତ୍ତି ହେଲେ ୧୩ ଛାତ୍ର - ହସ୍ପିଟାଲରେ ଭର୍ତ୍ତି ହେଲେ କୁକୁଡିମୁଣ୍ଡି ଆଶ୍ରମ ବିଦ୍ୟାଳୟର ଛାତ୍ର
ଜ୍ବର ଓ ଝାଡ଼ାବାନ୍ତିରେ ପିଡିତ ହେବାପରେ ହସ୍ପିଟାଲରେ ଭର୍ତ୍ତି ହେଲେ କୁକୁଡିମୁଣ୍ଡି ଆଶ୍ରମ ବିଦ୍ୟାଳୟ ହଷ୍ଟେଲର ୧୩ ଛାତ୍ର । ଅଧିକ ପଢନ୍ତୁ
ହଷ୍ଟେଲରେ ମୋଟ ୩୦୦ ଛାତ୍ରଛାତ୍ରୀ ରହି ପାଠ ପଢୁଥିବା ବେଳେ ସେମାନଙ୍କ ମଧ୍ୟରୁ ହଠାତ୍ ୧୩ ଜଣ ଜ୍ବର ଓ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ସେମାନଙ୍କୁ ଗୋରୁମହିଷାଣୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପ୍ରଧାନ ଶିକ୍ଷକ । ସେପଟେ ବାହାର ଛାତ୍ରଙ୍କଠାରୁ କୁସୁମ ଓ ପଣସ ଖାଇଥିବାରୁ ଛାତ୍ରଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ପ୍ରଧାନ ଶିକ୍ଷକ ସୂଚନା ଦେଇଛନ୍ତି । ତାସହିତ ଆଶ୍ରମରେ ଜଳ ସମସ୍ୟା ଥିବାରୁ ନିକଟସ୍ଥ ନାଳରେ ସ୍ନାନ କରୁଛନ୍ତି ଛାତ୍ର । ଏହା ମଧ୍ୟ ଛାତ୍ରଙ୍କ ସ୍ବାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ ବୋଲି ସନ୍ଦେହ ପ୍ରକାଶ କରାଯାଉଛି । ତେବେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଛାତ୍ରଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଜଣାପଡିଛି ।
ଇଟିଭି ଭାରତ, ରାଇରଙ୍ଗପୁର