ରାଇରଙ୍ଗପୁର:ଶ୍ରମିକମାନଙ୍କୁ ନେଇ ଯାଉଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୭ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଏହାସହ ୨୦ ଜଣ ଶ୍ରମିକ ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଜୁଡାମ୍ବ ଘାଟିରେ ଏପରି ଏକ ଦୁର୍ଘଟଣା ଘଟିଯାଇଛି। ଏକ ଟାଟା ଏସି ଗାଡ଼ି ଯୋଗେ ଶ୍ରମିକମାନେ ଯାଉଥିବାବେଳେ ଆଜି ଭୋର ସମୟରେ ଭାରସାମ୍ୟ ହରାଇ ଗଛ କୁ ଧକ୍କା ଦେବା ଫଳରେ ଗାଡ଼ି ରେ ଥିବା ଶ୍ରମିକମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ଆହତ ହୋଇଥିବାବେଳେ ପାଖାପାଖି ୨୦ ଜଣ ଶ୍ରମିକ ସାମାନ୍ୟ ଆହତ ହୋଇଛନ୍ତି। ତେବେ ଭୋର ୩ଟା ରୁ ୩ଟା ୩୦ ସମୟ ମଧ୍ୟରେ ଘାଟିରେ ଦୁର୍ଘଟଣା ଘଟିଛି।
ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଡିପଦା ଗ୍ରାମରୁ ପାଖାପାଖି ୪୦ ଜଣ ଶ୍ରମିକଙ୍କୁ ଧାନ ବିଲରେ କାମ କରିବାକୁ ନେଇ ଏହି ଗାଡ଼ିଟି ଭଦ୍ରକ ଜିଲ୍ଲା ବନ୍ତ ନିକଟ କେନ୍ଦୁଆ ଗ୍ରାମକୁ ଯାଉଥିଲା। । ଶ୍ରମିକମାନଙ୍କୁ ନେଇ ଯାଉଥିବାବେଳେ ଠାକୁରମୁଣ୍ଡାଠାରୁ 2 କିଲୋମିଟର ଦୂର ଠାକୁରମୁଣ୍ଡା - ଆନନ୍ଦପୁର ରାସ୍ତାର ଜୁଡାମ୍ବ ଘାଟିରେ ଏହାର ଚକ ଫାଟି ଯିବାରୁ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ୭ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବାବେଳେ ୨୦ ଜଣ ଶ୍ରମିକ ସାମାନ୍ୟ ଆହତ ହୋଇଛନ୍ତି।
ଏହା ବି ପଢନ୍ତୁ...UP: ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନ, ବିନା ଇଞ୍ଜିନରେ ଗଡିଗଲା 5 ବଗି