ଓଡିଶା

odisha

ETV Bharat / state

ପରକୀୟା ପ୍ରୀତିର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କେନାଲରେ ଫିଙ୍ଗିଦେଲା ସ୍ବାମୀ

ପରକୀୟା ପ୍ରୀତି କରୁଣ ପରିଣତି । ସ୍ବାମୀ ସାଜିଲା ସ୍ତ୍ରୀର ହତ୍ୟାକାରୀ । ସ୍ବାମୀର ଚାପୁଡାରେ ସ୍ତ୍ରୀ ଟଳିପଡିବା ପରେ ସ୍ତ୍ରୀର ତଣ୍ଟିଚିପି କେନାଲରେ ଫିଙ୍ଗିଦେଲା ସ୍ବାମୀ । ଅଧିକ ପଢନ୍ତୁ...

By

Published : Aug 6, 2021, 7:33 AM IST

ପରକୀଆ ପ୍ରୀତି କରୁଣ ପରିଣତି, ସ୍ତ୍ରୀ ହତ୍ୟା କରି କେନାଲରେ ଫିଙ୍ଗିଦେଲା ସ୍ବାମୀ
ପରକୀଆ ପ୍ରୀତି କରୁଣ ପରିଣତି, ସ୍ତ୍ରୀ ହତ୍ୟା କରି କେନାଲରେ ଫିଙ୍ଗିଦେଲା ସ୍ବାମୀ

ରାଇରଙ୍ଗପୁର:ପରକୀୟା ପ୍ରୀତି କରୁଣ ପରିଣତି । ସ୍ବାମୀ ସାଜିଲା ସ୍ତ୍ରୀର ହତ୍ୟାକାରୀ । ସ୍ବାମୀର ଚାପୁଡାରେ ସ୍ତ୍ରୀ ଟଳିପଡିବା ପରେ ସ୍ତ୍ରୀର ତଣ୍ଟିଚିପି କେନାଲରେ ଫିଙ୍ଗିଦେଲା ସ୍ବାମୀ । ଗତ ୧୬ ତାରିଖ ସନ୍ଧ୍ୟାରେ ମୟୂରଭଞ୍ଜ କରଞ୍ଜିଆ ଥାନା ଅନ୍ତର୍ଗତ ହାତୀବାରୀ ଗ୍ରାମରେ ଘଟିଥିବା ଏହି ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି କରଞ୍ଜିଆ ପୋଲିସ । ତଦନ୍ତ ପରେ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି ପୋଲିସ ।

ପରକୀଆ ପ୍ରୀତି କରୁଣ ପରିଣତି, ସ୍ତ୍ରୀ ହତ୍ୟା କରି କେନାଲରେ ଫିଙ୍ଗିଦେଲା ସ୍ବାମୀ

ଏକ ପ୍ରେସ ବିବୃତ୍ତି ଜାରି କରି ଏହି ହତ୍ୟାକାଣ୍ଡ ବିଷୟରେ ସୂଚନା ଦେଇଛନ୍ତି ମୟୂରଭଞ୍ଜର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମନରଞ୍ଜନ ବିଶ୍ୱାଳ । ଗତ ୧୬ ତାରିଖ ସନ୍ଧ୍ୟାରେ ସ୍ତ୍ରୀ ଜଣେ ଜୈନିକ ଯୁବକଙ୍କ ସହ ଫୋନରେ କଥା ହେଉଥିବା ସମୟରେ ସ୍ତ୍ରୀର ପରକୀୟା ପ୍ରୀତି ଥିବା ସନ୍ଦେହ କରି ସ୍ବାମୀ ବାଦଲ ନାଏକ ସ୍ତ୍ରୀ ମାନିନୀଙ୍କୁ ଏକ ଶକ୍ତ ଚାପୁଡା ମାରିଥିଲେ । ଯାହା ଫଳରେ ମାନିନୀ ତଳେ ପଡିଯିବାରୁ ବାଦଲ ନାଏକ ସ୍ତ୍ରୀର ବେକକୁ ଏକ ଓଢଣୀ ସାହାଯ୍ୟରେ ଚିପି ଦେବାରୁ ଘଟଣାସ୍ଥଳରେ ହିଁ ମାନିନୀ ନାଏକଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ସ୍ୱାମୀ, ସ୍ତ୍ରୀର ମୃତଦେହକୁ ଘର ନିକଟରେ ଥିବା ଏକ କେନାଲ ନିକଟରେ ଫିଙ୍ଗି ଦେଇଥିଲା ।

ମୃତ୍ୟୁର ତିନି ଦିନ ପରେ ଏହାକୁ କିଛି ଗ୍ରାମବାସୀ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ସ୍ବାମୀ ବାଦଲ ମାନିନୀଙ୍କୁ କେହି ଅପହରଣ କରି ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଥିଲା । ଅଭିଯୁକ୍ତକୁ ଧରିବା ପାଇଁ କରଞ୍ଜିଆ ଥାନା ଅଧିକାରୀ ରଞ୍ଜନ କୁମାର ସେଠିଙ୍କ ନେତୃତ୍ୱରେ ଏକ ଟିମ ବିଭିନ୍ନ ଦିଗ ଯାଞ୍ଚ କରିବା ପରେ ସ୍ୱାମୀ ବାଦଲ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଥିଲା ପୋଲିସ । ଏଥିସହ ଘଟଣାସ୍ଥଳକୁ ନେଇ କ୍ରାଇମ-ରି-କ୍ରିଏସନ କରିଥିଲା ପୋଲିସ ।ଏହା ସହିତ ଅଭିଯୁକ୍ତ ବାଦଲ ନାଏକଙ୍କୁ ଗତକାଲି କୋର୍ଟଚାଲାଣ କରାଯାଇଥିବା କରଞ୍ଜିଆ ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details