ରାଇରଙ୍ଗପୁର : ମଣଦା ଗ୍ରାମପଞ୍ଚାୟତକୁ 4ଦିନ ସଟଡାଉନ ଘୋଷଣା କଲେ ସରପଞ୍ଚ । ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ମଣଦା ଅଞ୍ଚଳରେ ୨ ଜଣ କୋରୋନା ସଂକ୍ରମିତ ହେବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ସଟଡାଉନ୍ ନିଷ୍ପତ୍ତି ନିଆଯାଇଛି ।
ବାମନଘାଟୀ ଉପଖଣ୍ଡରେ ଦିନକୁ ଦିନ ସ୍ଥାନୀୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ମଣଦା ଗ୍ରାମପଞ୍ଚାୟତର ମହିଳା ସରପଞ୍ଚ ସାବିତ୍ରୀ ନାଏକ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ୯୬ ଘଣ୍ଟା ପାଇଁ ପଞ୍ଚାୟତକୁ ସଟଡାଉନ୍ ଘୋଷଣା କରିଛନ୍ତି । ୨ ଜଣ କୋରୋନା ସଂକ୍ରମିତ ହେବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ସଟଡାଉନ୍ ନିଷ୍ପତ୍ତି ନିଆଯାଇଛି । ତେବେ ତାଙ୍କ ସ୍ବାବ ରିପୋର୍ଟ ପଜିଟିଭ ଆସିବା ପରେ ଉଭୟଙ୍କୁ ବାଙ୍କିଶୋଳ ସ୍ଥିତ କିମ୍ସ କୋଭିଡ ହୋସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ସେପଟେ ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛି ବ୍ଲକ ପ୍ରଶାସନ ।