ଓଡିଶା

odisha

ETV Bharat / state

ମହୁମାଛି ଆକ୍ରମଣରେ ଯୁବକ ଗୁରୁତର - ମହୁମାଛି ଆକ୍ରମଣ

ମହୁମାଛି ଆକ୍ରମଣରେ ଯୁବକ ଗୁରୁତର ହୋଇଥିବା ସୂଚନା । ଘଟଣାଟି ହେଉଛି ବାଦାମପାହାଡ଼ ଥାନା ଅଧୀନସ୍ଥ କାଶିଆବେଡା ଗ୍ରାମର ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

By

Published : Sep 15, 2019, 4:46 AM IST

ରାଇରଙ୍ଗପୁର: ମହୁମାଛି ଆକ୍ରମଣରେ ଯୁବକ ଗୁରୁତର ହୋଇଥିବା ସୂଚନା । ଘଟଣାଟି ହେଉଛି ବାଦାମପାହାଡ଼ ଥାନା ଅଧୀନସ୍ଥ କାଶିଆବେଡା ଗ୍ରାମର । ମହୁମାଛି ଆକ୍ରମଣରେ ଗୁରୁତର ହୋଇଥିବା ଯୁବକ ଜଣକ ହେଉଛନ୍ତି ସମ୍ପୃକ୍ତ ଗ୍ରାମର ଶ୍ରୀକାନ୍ତ ମହାନ୍ତଙ୍କ ପୁଅ କାଳି ଚରଣ ମହାନ୍ତ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁଯାୟୀ ଘରେ କାଳି ଗୃହପାଳିତ ଛେଳି ପାଇଁ ପତ୍ର ସଂଗ୍ରହ କରିବା ପାଇଁ ଯାଇଥିଲେ। ହେଲେ ପତ୍ର ସଂଗ୍ରହ କରୁଥିବା ସମୟରେ ସେଠାରେ ବସା ବାନ୍ଧି ଥିବା ମହୁମାଛି ତାଙ୍କୁ ଆକ୍ରମଣ କରିଥିଲେ। କାଳିଙ୍କର ମୁହଁ, ହାତ ଓ ଗୋଡରେ ମହୁମାଛି ଆକ୍ରମଣ କରିବାରୁ ସେ ଚେତାଶୂନ୍ୟ ହୋଇ ପଡି ଯାଇଥିଲେ।

ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଜାରି ରହିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details