ଓଡିଶା

odisha

ETV Bharat / state

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା : ସୁପାରି ଦେଇ ହତ୍ୟା, ତିନି ଅଭିଯୁକ୍ତ ଗିରଫ - murder case in Rairangpur three accused arrested

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା । ସୁପାରି ଦେଇ ହତ୍ୟା ଅଭିଯୋଗରେ ତିନି ଅଭିଯୁକ୍ତ ଗିରଫ । ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ତିଖିଆ ଗ୍ରାମ ନିକଟସ୍ଥ ବାଣ୍ଠା ଜଙ୍ଗଲରେ ଗତ ୨୪ ତାରିଖରେ ମିଳିଥିଲା ଜଣେ ଯୁବକଙ୍କ ଗଳିତ ମୃତଦେହ । ପରେ ମୃତ ଯୁବକ ଜଣକ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସାନ ମୌଦା ଗ୍ରାମର ଚାନ୍ଦ୍ରାଇ ସୋରେନ ବୋଲି ଜଣାପଡ଼ିଥିଲା । ଅଧିକ ପଢ଼ନ୍ତୁ

ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା : ୬୦ ହଜାର ଟଙ୍କାର ଦିଆ ଯାଇଥିଲା ସୁପାରି, ତିନି ଅଭିଯୁକ୍ତ ଗିରଫ
ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା : ୬୦ ହଜାର ଟଙ୍କାର ଦିଆ ଯାଇଥିଲା ସୁପାରି, ତିନି ଅଭିଯୁକ୍ତ ଗିରଫ

By

Published : Dec 7, 2022, 11:06 PM IST

ରାଇରଙ୍ଗପୁର:ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା । ସୁପାରି ଦେଇ ହତ୍ୟା ଅଭିଯୋଗରେ ତିନି ଅଭିଯୁକ୍ତ ଗିରଫ । ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ତିଖିଆ ଗ୍ରାମ ନିକଟସ୍ଥ ବାଣ୍ଠା ଜଙ୍ଗଲରେ ଗତ ୨୪ ତାରିଖରେ ମିଳିଥିଲା ଜଣେ ଯୁବକଙ୍କ ଗଳିତ ମୃତଦେହ । ପରେ ମୃତ ଯୁବକ ଜଣକ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସାନମୌଦା ଗ୍ରାମର ଚାନ୍ଦ୍ରାଇ ସୋରେନ ବୋଲି ଜଣାପଡ଼ିଥିଲା । ଏ ନେଇ ମୃତକଙ୍କ ବଡ଼ଭାଇ ସାବନା ସୋରେନଙ୍କ ଏତଲା କ୍ରମେ ବହଳଦା ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିଲା ।

ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା : ୬୦ ହଜାର ଟଙ୍କାର ଦିଆ ଯାଇଥିଲା ସୁପାରି, ତିନି ଅଭିଯୁକ୍ତ ଗିରଫ

ସାଇଣ୍ଟିଫିକ ଟିମ୍ ଓ ପୋଲିସର ତଦନ୍ତ ପରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜଣାପଡିଥିଲା । ଏହାପରେ ପୋଲିସର ଛାନଭିନ ଜାରି ରହିଥିଲା । ତେବେ ଉକ୍ତ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ବହଳଦା ଥାନା ପୋଲିସ । ସ୍ତ୍ରୀ ସହ ଅନ୍ୟ ପୁରୁଷର ଅନୈତିକ ସମ୍ପର୍କକୁ ନେଇ ଅଭିଯୁକ୍ତ ସ୍ବାମୀ ଜଣକ ଦୁଇ ଜଣ ଯୁବକଙ୍କୁ ସୁପାରି ଦେଇ ହତ୍ୟା କରାଇଥିବା ପ୍ରତିକ୍ରିୟାରେ କହିଛନ୍ତି ରାଇରଙ୍ଗପୁର ଏସଡିପିଓ ।

ସୂଚନାନୁସାରେ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଧଳାବେଡା ଗ୍ରାମର ଦଶମତ ମାଝୀଙ୍କ ସ୍ତ୍ରୀଙ୍କ ସହିତ ଚାନ୍ଦ୍ରାଇର ଥିଲା ଅନୈତିକ ସମ୍ପର୍କ । ପର ପୁରୁଷ ସହିତ ସ୍ତ୍ରୀର ଅନୈତିକ ସମ୍ପର୍କ ସମ୍ବନ୍ଧରେ ଦଶମତ ଜାଣିପାରି ଉତକ୍ଷିପ୍ତ ହୋଇଉଠିଥିଲେ । ଏହାପରେ ସବୁଦିନ ପାଇଁ ଚାନ୍ଦ୍ରାଇକୁ ରାସ୍ତାରୁ ହଟାଇବା ପାଇଁ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଧାତକିଡିହି ଗ୍ରାମର ଲକ୍ଷ୍ମଣ ବେଶ୍ରା ଓ କଳସୀଭଙ୍ଗା ଗ୍ରାମର ଲକ୍ଷ୍ମୀଧର ମୁଣ୍ଡାଙ୍କୁ ୬୦ ହଜାର ଟଙ୍କାର ସୁପାରୀ ଦେଇଥିଲେ ।

ଦଶମତ ମାଝୀଙ୍କ ସୁପାରୀ ଅନୁସାରେ ଲକ୍ଷ୍ମଣ ଓ ଲକ୍ଷ୍ମୀଧର ୧୮ ନଭେମ୍ବର ଚାନ୍ଦ୍ରାଇକୁ ବାଣ୍ଠା ଜଙ୍ଗଲକୁ ଡ଼ାକିନେଇ ସେଠାରେ କୁରାଢି ସାହାଯ୍ୟରେ ଆକ୍ରମଣ କରିଥିଲେ । ପରେ ଏକ ପଥର ସାହାଯ୍ୟରେ ଚାନ୍ଦ୍ରାଇର ମୁଣ୍ଡକୁ ଛେଚି ହତ୍ୟା କରି ସେଠାରେ ଫୋପାଡି ଦେଇଥିଲେ । ଯାହାକି ଅଭିଯୁକ୍ତମାନେ ପୋଲିସ ନିକଟରେ ସ୍ବୀକାର କରିଛନ୍ତି ।

ବହଳଦା ଥାନା ପୋଲିସ ହତ୍ୟାରେ ବ୍ୟବହୃତ କୁରାଢି ଓ ରକ୍ତ ଲଗା ପଥରକୁ ଜବତ କରିଛି । ସେହିପରି ତିନି ଅଭିଯୁକ୍ତ ଦଶମତ ମାଝୀ, ଲକ୍ଷ୍ମଣ ବେଶ୍ରା ଓ ଲକ୍ଷ୍ମୀଧର ମୁଣ୍ଡାକୁ ଗିରଫ କରି ଆଜି ରାଇରଙ୍ଗପୁର କୋର୍ଟ ଚାଲାଣ କରିଥିବା ନେଇ ସୂଚନା ଦେଇଛନ୍ତି ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details