ଓଡିଶା

odisha

By

Published : Jul 24, 2023, 4:35 PM IST

ETV Bharat / state

ଭିନ୍ନକ୍ଷମ ନାବାଳିକାଙ୍କୁ ଗଳାକାଟି ହତ୍ୟା, ଅଭିଯୁକ୍ତ ଥାନାରେ ଅଟକ

ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସରଗଡା ନିକଟସ୍ଥ ସାରଣ୍ଡା ଗ୍ରାମରେ ଅଭାବନୀୟ ଘଟଣା । ଭିନ୍ନକ୍ଷମ ନାବାଳିକାଙ୍କୁ ପନିକିରେ ଗଳାକାଟି ହତ୍ୟା । ଅଭିଯୁକ୍ତ ଥାନାରେ ଅଟକ । ଅଧିକ ପଢ଼ନ୍ତୁ

man kills disabled minor girl
ଭିନ୍ନକ୍ଷମ ନାବାଳିକାଙ୍କୁ ଗଳାକାଟି ହତ୍ୟା

ଭିନ୍ନକ୍ଷମ ନାବାଳିକାଙ୍କୁ ଗଳାକାଟି ହତ୍ୟା

ରାଇରଙ୍ଗପୁର: ମୟୂରଭଞ୍ଜରେ ବିଭତ୍ସ ହତ୍ୟା । ଭିନ୍ନକ୍ଷମ ନାବାଳିକାଙ୍କୁ ପନିକିରେ ଗଳାକାଟି ହତ୍ୟା । ରାଇରଙ୍ଗପୁର ଉପଖଣ୍ଡ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସରଗଡା ନିକଟସ୍ଥ ସାରଣ୍ଡା ଗ୍ରାମରେ ଏଭଳି ଏକ ଅମାନବୀୟ ଘଟଣା ଘଟିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିିଥିବା ବେଳେ ଗୋରୁମହିଷାଣୀ ଥାନା ପୋଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି ।

ଏହା ମଧ୍ୟ ପଢ଼ନ୍ତୁ:କଳହ ଆଗରେ ଫିକା ପଡିଲା ରକ୍ତ ସମ୍ପର୍କ, ଶୋଇଥିବା ସ୍ତ୍ରୀ ଓ ପୁଅକୁ ତଣ୍ଟି ଚିପି ହତ୍ୟା କଲା ସ୍ବାମୀ

ସୂଚନା ଅନୁଯାୟୀ, ସାରଣ୍ଡା ଗ୍ରାମର କୃଷ୍ଣଚନ୍ଦ୍ର ଗିରି ତାଙ୍କର ୧୪ ବର୍ଷୀୟ ଭିନ୍ନକ୍ଷମ ନାବାଳିକା ଝିଅ ଲିପି ଗିରି ସହ ରହୁଥିଲେ । ସେ ଆଜି କାମ କରିବାକୁ ଧାନ ବିଲକୁ ଯାଇଥିଲୋ । ଘରେ ଝିଅକୁ ଏକୁଟିଆ ଛାଡ଼ି କାମକୁ ଯାଇଥିଲେ କୃଷ୍ଣଚନ୍ଦ୍ର । ଘରେ କେହି ନଥିବାର ସୁଯୋଗ ନେଇ ସାରଣ୍ଡା ଗ୍ରାମର ରେପୋ ମୁର୍ମୁ ଦିନ ପ୍ରାୟ ୧୦ଟା ସମୟରେ ଏକ ଧାରୁଆ ପନିକି ନେଇ କୃଷ୍ଣଙ୍କ ଘରକୁ ପଶିଥିଲା । ଏହାପରେ ଅତି ଅମାନୁଷିକ ଭାବେ କୃଷ୍ଣଚନ୍ଦ୍ର ଗିରିଙ୍କ ଭିନ୍ନକ୍ଷମ ଝିଅକୁ ଆକ୍ରମଣ କରିଥିଲା । ଧାରୁଆ ପନିକିରେ ଲିପିଙ୍କ ଗଳାକାଟି ଦେଇ ଫେରାର ମାରିଥିଲା ଅଭିଯୁକ୍ତ । ତେବେ ଘଟଣାସ୍ଥଳରେ ହିଁ ଲିପିର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ:ବଲାଙ୍ଗୀରରେ ପୁଣି ଚାଞ୍ଚଲ୍ୟ: ଗାଁ ମଝିରେ ଯୁବକଙ୍କୁ ପିଟିପିଟି ହତ୍ୟା, ଅନେକ ଯୁବକଙ୍କ ସଂପୃକ୍ତି ସନ୍ଦେହ

ଏହା ମଧ୍ୟ ପଢ଼ନ୍ତୁ:ଭାଇ ହେଲା ଭଗାରୀ, ସାନ ଭାଇକୁ ହତ୍ୟା କଲା ବଡ଼ଭାଇ

ଘର ଆଗରେ ଲିପିର ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ମୃତଦେହ ଦେଖି ଗ୍ରାମବାସୀ କୃଷ୍ଣଚନ୍ଦ୍ର ଗିରିଙ୍କୁ ଜଣାଇବା ସହ ଗୋରୁମହିଷାଣୀ ଥାନା ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ଗୋରୁମହିଷାଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦଦେହ ଜବତ କରିବା ସହ ଘଟଣାର ଛାନଭିନ ଆରମ୍ଭ କରିଥିଲା । ଘଟଣାର ଅଭିଯୁକ୍ତ ରେପୋ ମୁର୍ମୁକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ । ସେପଟେ ଘଟଣାର ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମକୁ ମଧ୍ୟ ଡକାଯାଇଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ କେଉଁ ପରିସ୍ଥିତିରେ ଏବଂ କେଉଁ କାରଣରୁ ଅଭିଯୁକ୍ତ ଜଣକ ଏପରି ଅମାନବୀୟ ଘଟଣା ଘଟାଇଲା ତାହାର ତଦନ୍ତ ଜାରି ରଖିଛି ଗୋରୁମହିଷାଣୀ ଥାନା ପୋଲିସ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details