ଓଡିଶା

odisha

ETV Bharat / state

ନାବାଳିକା ବଳାତ୍କାରୀକୁ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ - ନାବାଳିକା ବଳାତ୍କାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ପିଡୀତାଙ୍କ ବୟାନ ସହ ସମସ୍ତ ସାକ୍ଷୀଙ୍କ ବୟାନ, ପୋଲିସ ର ତଦନ୍ତ ରିପୋର୍ଟ, ମେଡିକାଲ ରିପୋର୍ଟ ଓ ପାରିପାର୍ଶ୍ବିକ ସ୍ଥିତି କୁ ଭିତ୍ତି କରି ସ୍ବତନ୍ତ୍ର ପକ୍ସୋ କୋର୍ଟ ର ବିଚାରପତି ସୁମିତା ଜେନା ଉପରୋକ୍ତ ରାୟ ଶୁଣାଣି କରିଛନ୍ତି। ଉକ୍ତ ମାମଲାର ରାୟ ପ୍ରକାଶ ପାଇବା ପରେ ଆସାମୀକୁ ବାରିପଦା ମଣ୍ଡଳ କାରାଗାର ପଠାଇ ଦିଆଯାଇଛି । ଅଧିକ ପଢନ୍ତୁ

ନାବାଳିକା ବଳାତ୍କାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ
ନାବାଳିକା ବଳାତ୍କାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

By ETV Bharat Odisha Team

Published : Sep 8, 2023, 10:47 PM IST

ରାଇରଙ୍ଗପୁର: ଜନୈକା ନାବାଳିକାକୁ ଦୁଷ୍କର୍ମ ମାମଲାର ଏକ ରାୟ ପ୍ରକାଶ ପାଇଛି। ଉକ୍ତ ମାମଲାର ବିଚାର କରି ଦୁଷ୍କର୍ମକାରୀକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ବିଧାନ କରିଛନ୍ତି କୋର୍ଟ। ମୟୂରଭଞ୍ଜ ଜିଲ୍ଲା ଓ ଦୌରାଜଜ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଉକ୍ତ ମାମଲା ର ବିଚାର କରି ଦୁଷ୍କର୍ମକାରୀ କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥି ସହିତ ୫ ହଜାର ଟଙ୍କାର ଜୋରିମାନା ଅନାଦେୟ ୩ ମାସ ଅଧିକ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି। ତତ ସହିତ ପୀଡିତା କୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଜିଲ୍ଲା ଆଇନ ସହାୟତା କର୍ତ୍ତୃପକ୍ଷ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପିଡୀତାଙ୍କ ବୟାନ ସହ ସମସ୍ତ ସାକ୍ଷୀଙ୍କ ବୟାନ, ପୋଲିସ ର ତଦନ୍ତ ରିପୋର୍ଟ, ମେଡିକାଲ ରିପୋର୍ଟ ଓ ପାରିପାର୍ଶ୍ବିକ ସ୍ଥିତି କୁ ଭିତ୍ତି କରି ସ୍ବତନ୍ତ୍ର ପୋକ୍ସୋ କୋର୍ଟ ର ବିଚାରପତି ସୁମିତା ଜେନା ଉପରୋକ୍ତ ରାୟ ଶୁଣାଣି କରିଛନ୍ତି। ଉକ୍ତ ମାମଲାର ରାୟ ପ୍ରକାଶ ପାଇବା ପରେ ଆସାମୀ କୁ ବାରିପଦା ମଣ୍ଡଳ କାରାଗାର ପଠାଇ ଦିଆଯାଇଛି। ତେବେ ଆସାମୀ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳର ସାମରାୟ ହାଁସଦା। ତେବେ ଉକ୍ତ ମାମଲା ଟିକୁ ସରକାର ଙ୍କ ପକ୍ଷରୁ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ର ସ୍ବତନ୍ତ୍ର ପିପି ଅଭିନ୍ନ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ।

ଘଟଣାଟି ଥିଲା ୨୦୧୮ ମସିହା ଜାନୁଆରୀ ମାସ ୨୪ ତାରିଖ ଦିନର। ଉକ୍ତ ଦିନ ସନ୍ଧ୍ୟା ସମୟରେ ନାବାଳିକା ଜଣକ ଶୌଚ ପାଇଁ ବାହାରକୁ ଯାଇଥିବା ସମୟରେ ସାମରାୟ ହାଁସଦା ନାବାଳିକାକୁ ଏକୁଟିଆ ପାଇ ନିକଟସ୍ଥ ଜଙ୍ଗଲକୁ ଟେକି ନେଇ ବଳପୂର୍ବକ ଦୁଷ୍କର୍ମ କରିଥିଲା। ପରେ ନାବାଳିକା କୁ ସେଠାରୁ ଛାଡି ପଳାଇଥିଲା ସମରାୟ। ସେଠାରୁ ଉକ୍ତ ନାବାଳିକା ର ଜଣେ ସମ୍ପର୍କୀୟ ନାବାଳିକା କୁ ଉଦ୍ଧାର କରି ଘରକୁ ଆଣିଥିଲେ। ଘରେ କାନ୍ଦି କାନ୍ଦି ନାବାଳିକା ଜଣକ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିବା ପରେ ପରିବାର ଲୋକେ ରାସଗୋବିନ୍ଦପୁର ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ପିଡୀତା ର ବୟାନ ରେକର୍ଡ କରିଥିଲେ। ପରେ ଘଟଣାର ଅଭିଯୁକ୍ତ ସାମରାୟ ହାଁସଦାକୁ ଗିରଫ କରି ବାରିପଦା ପୋକ୍ସୋ କୋର୍ଟ ଚାଲାଣ କରିଥିଲା ରାସଗୋବିନ୍ଦପୁର ଥାନା ପୋଲିସ।

ଇଟିଭି ଭାରତ, ରାଇରଙ୍ଗପୁର

For All Latest Updates

ABOUT THE AUTHOR

...view details