ବାରିପଦା: ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ମାକୁନ୍ଦ ଗାଁରେ ପୋଖରୀରେ ବୁଡି ଜଣେ ବ୍ୟକ୍ତି ମୃତ। ମୃତକ ଜଣଙ୍କ ହେଲେ ରାସଗୋବିନ୍ଦପୁର ଥାନା ଅଧିନ ତୋଟାପଡା ଗ୍ରାମର ବାଙ୍ଗରା ମହାନ୍ତ(ବୟସ ୫୨) ।
ପୋଖରୀରେ ବୁଡି ଜଣେ ବ୍ୟକ୍ତି ମୃତ - ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା
ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ମାକୁନ୍ଦ ଗାଁରେ ନିଜ ସମ୍ପର୍କୀୟଙ୍କ ଘରକୁ ଦଶାହ କ୍ରିୟା ପାଇଁ ଆସି ପୋଖରୀରେ ଗାଧୋଇବାବେଳେ ଚାଲିଗଲା ଜୀବନ । ଅଧିକ ପଢନ୍ତୁ.......।

ପୋଖରୀରେ ବୁଡି ଜଣେ ବ୍ୟକ୍ତି ମୃତ
ପୋଖରୀରେ ବୁଡି ଜଣେ ବ୍ୟକ୍ତି ମୃତ
ସୂଚନା ଅନୁଯାୟୀ ମୃତକ ଜଣଙ୍କ ନିଜ ସମ୍ପର୍କୀୟଙ୍କ ଦଶାହ କ୍ରିୟାକୁ ଆସି ନିକଟସ୍ଥ ପୋଖରୀରେ ଗାଧୋଉଥିବାବେଳେ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି । ବ୍ୟକ୍ତି ଜଣଙ୍କ ପୋଖରୀରେ ବୁଡି ଯାଇଥିବା ଦେଖି ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଚିତ୍ରଡା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବ୍ୟକ୍ତିଙ୍କ ମୃତଦେହ ପୋଖରୀରୁ ଉଦ୍ଧାର କରିଥିଲେ । ମୋରଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପିଆରଏମ୍ ମେଡ଼ିକାଲ କଲେଜକୁ ପଠାଇଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ