ରାଇରଙ୍ଗପୁର: ସ୍ତ୍ରୀର ଚରିତ୍ରକୁ ନେଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ବଡାମକୁରାଡି ଗ୍ରାମରେ ।
ସୂଚନା ଅନୁଯାୟୀ ବଡାମକୁରାଡି ଗ୍ରାମ ଜାମୁଡି ସାହିର ବିବାହିତା ଯୁବକ ପିଣ୍ଟୁ ଦଳେଇଙ୍କୁ ନିଜ ଗୁହାଳ ଘରେ ଝୁଲନ୍ତା ଅବସ୍ଥାରେ ଦେଖି ତାଙ୍କ ସ୍ତ୍ରୀ ପରିବାର ଲୋକଙ୍କୁ ଜଣାଇଥିଲେ । ଏ ନେଇ ପରିବାର ଲୋକେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାକୁ ଖବର ଦେଇଥିଲେ । ଖବର ପାଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ ।