ଓଡିଶା

odisha

ETV Bharat / state

ଡାହାଣୀ ସନ୍ଦେହରେ ମହିଳାଙ୍କୁ ଗୁଳିମାଡ ଘଟଣା; ଅଭିଯୁକ୍ତ ଗିରଫ

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧୀନରେ ଥିବା ତଲକବାଦି ଗ୍ରାମରେ ଡାହାଣୀ ସନ୍ଦେହରେ ମହିଳାଙ୍କୁ ଗୁଳିମାଡ ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ବିଶୋଇ ପୋଲିସ।

By

Published : Dec 9, 2019, 10:02 PM IST

black magic story rairangpur
ଡାହାଣୀ ସନ୍ଦେହରେ ମହିଳାଙ୍କୁ ଗୁଳିମାଡ ଘଟଣା; ଅଭିଯୁକ୍ତ ଗିରଫ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧୀନରେ ଥିବା ତଲକବାଦି ଗ୍ରାମରେ ଡାହାଣୀ ସନ୍ଦେହରେ ମହିଳାଙ୍କୁ ଗୁଳିମାଡ ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ବିଶୋଇ ପୋଲିସ। ପୋଲିସ ଅଭିଯୁକ୍ତ ନିକଟରୁ ଗୋଟିଏ ଦେଶୀ ପିସ୍ତଲ ଓ ଗୋଟିଏ ଅଫୁଟା ଗୁଳି ଜବତ କରିବା ସହ ଘଟଣାସ୍ଥଳରୁ ଏକ ଫୁଟା ଗୁଳି ଜବତ କରିଥିବା ଜଣାପଡିଛି ।

ଡାହାଣୀ ସନ୍ଦେହରେ ମହିଳାଙ୍କୁ ଗୁଳିମାଡ ଘଟଣା; ଅଭିଯୁକ୍ତ ଗିରଫ

ଗିରଫ ଅଭିଯୁକ୍ତ ଜଣକ ବିଶୋଇ ଥାନା ବୋବେଇଜୋଡା ଗ୍ରାମର ରୁପାଇ ହାଁସଦା ବୋଲି ଜଣାପଡିଛି । ଅନ୍ୟ ପଟେ ଗୁଳି ବାଜିଥିବା ତଲକବାଦି ଗ୍ରାମର ମାଇନୋ ହେମ୍ବ୍ରମ ବାରିପଦା ପିଆରଏମରେ ଚିକିତ୍ସିତ ହେଉଛନ୍ତି ।

ଡାହାଣୀ ସନ୍ଦେହରେ ମହିଳାଙ୍କୁ ଗୁଳିମାଡ ଘଟଣା; ଅଭିଯୁକ୍ତ ଗିରଫ

ସୂଚନାନୁଯାୟୀ, ଅଭିଯୁକ୍ତ ରୁପାଇ ହାଁସଦାଙ୍କର ୧୫ ବର୍ଷୀୟ ଭଣଜାର ଗତବର୍ଷ ଦେହ ଅସୁସ୍ଥ ହୋଇ ମୃତ୍ୟୁ ଘଟିଥିଲା । ତେବେ ତାଙ୍କ ଭଣଜାଙ୍କୁ ଡାହାଣୀ ଖାଇଥିବା ସନ୍ଦେହ କରି ଭଣଜାର ଖୁଡିକୁ ଅଭିଯୁକ୍ତ ଗୁଳିମାଡ କରିଥିଲେ। ଶନିବାର ବିଳମ୍ବିତ ରାତିରେ ମାଇନୋ ହେମ୍ବ୍ରମ ନିଜ ସ୍ବାମୀ ଓ ଛୁଆ ମାନଙ୍କ ସହିତ ଘରେ ଶୋଇଥିବା ସମୟରେ ଅଭିଯୁକ୍ତ ତାଙ୍କ ଗୁହାଳ ଘରେ ପଶି ମାଇନୋଙ୍କ ଉପରେ ଗୁଳିମାଡ଼ କରିଥିଲେ । କିନ୍ତୁ ଲକ୍ଷ୍ୟଭ୍ରଷ୍ଟ ହେବାରୁ ଗୁଳିଟି ମୁଣ୍ଡକୁ ଛୁଇଁ ବାହାରି ଯାଇଥିଲା । ଗୁଳିମାଡ ପରେ ମାଇନୋଙ୍କୁ ବିଶୋଇ ମେଡିକାଲ ଓ ପରେ ବାରିପଦା ପିଆରଏମକୁ ସ୍ଥାନାନ୍ତରିତ କରାଯାଇଥିଲା ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details